କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ମନେପକାଇ…
ଭଞ୍ଜନଗର,୨୮ା୨(ବାବୁଲା ପ୍ରଧାନ)-ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କବି ସମ୍ରାଟ ସାହିତ୍ୟ ସଂସଦ,ଭଞ୍ଜନଗର ପକ୍ଷରୁ ମିଳିତ ଭାବେ ଶୁକ୍ରବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଉପରେ କହିବା ସହ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର କିଭଳି ହୋଇପାରିବ ସେ ନେଇ କହିଥିଲେ। ଭଞ୍ଜ ଗବେଷକ ତଥା […] The post କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ମନେପକାଇ… appeared first on Dharitri Odia News.
ଭଞ୍ଜନଗର,୨୮ା୨(ବାବୁଲା ପ୍ରଧାନ)-ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କବି ସମ୍ରାଟ ସାହିତ୍ୟ ସଂସଦ,ଭଞ୍ଜନଗର ପକ୍ଷରୁ ମିଳିତ ଭାବେ ଶୁକ୍ରବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଉପରେ କହିବା ସହ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର କିଭଳି ହୋଇପାରିବ ସେ ନେଇ କହିଥିଲେ। ଭଞ୍ଜ ଗବେଷକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ କମ୍ବୁପାଣି ସାମନ୍ତ, ଆକାଶବାଣୀ ଭୁବନେଶ୍ୱର କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ. ସାନ୍ତନୁ କୁମାର ରଥ ,ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କବି ସୋମନାଥ ନାୟକ, ଲେଖକ ସୁରେନ୍ଦ୍ର ନାଥ ଛୋଟରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଉପସଚିବ ସଞ୍ଜୟ କୁମାର ଛୁଆଳସିଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଭାରେ ଡ. ସୁରେଶ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବରିଷ୍ଠ ଲେଖକ ପ୍ରଶାନ୍ତ ମହାନ୍ତି, ଡ. ଅଶୋକ କୁମାର ଷଡଙ୍ଗୀ, ସୁଜାତା ଷଡ଼ଙ୍ଗୀ, ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ ଜେନା, ଜଗବନ୍ଧୁ ଜେନା, କୃତିବାସ ବିଶ୍ବାଳ, ଅରୁଣାଚଳ ପତି, ଚିନ୍ମୟ ବେବର୍ତ୍ତା, ନେତାଜୀ ବିଷୋୟୀ, ବାଳକୃଷ୍ଠ ପଟ୍ଟନାୟକ, ଅଶୋକ ସାହୁ, ନଳିନୀପ୍ରଭା ଦାସ, ରିନା ସେଠୀ, ସୁଜାତା ସିଂ, ଗୋପାଳ ଲେଙ୍କା, ପ୍ରକାଶ ସାହୁ, ଅଶୋକ ସ୍ବାଇଁ, ଦିଗନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
The post କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ମନେପକାଇ… appeared first on Dharitri Odia News.