ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି
ଭୁବନେଶ୍ୱର, ୧୫।୮: ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ”କାର୍ଯ୍ଯକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଗୃହର ପରମ୍ପରାକୁ ଭଙ୍ଗ କରୁଛି। ଏହାଦ୍ୱାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ହାନୀ କରାଯାଉଛି। ଯେଉଁ କାରଣରୁ ଦଳ ଏହି ନିଷ୍ପତ୍ତି […] The post ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର, ୧୫।୮: ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ”କାର୍ଯ୍ଯକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଗୃହର ପରମ୍ପରାକୁ ଭଙ୍ଗ କରୁଛି। ଏହାଦ୍ୱାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ହାନୀ କରାଯାଉଛି। ଯେଉଁ କାରଣରୁ ଦଳ ଏହି ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମ ଆୟୋଜିତ ହେଉଛି। ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ମାର୍ଗ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଜାରି ରହିବ। ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଜାଣିବେ ନୂଆ ବିଧାୟକ।
ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ପ୍ରଶିକ୍ଷଣ ଦିଆଯିବ ।
ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବନି ବୋଲି ବିଜେଡି ପୂର୍ବରୁ ଘୋଷଣା କରିଥିଲା। ଏନେଇ ପ୍ରେସମିଟ୍ କରି ଖୋଲାଖୋଲି ମନା କରିଥିଲା ଦଳ। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରତାପ ଦେବ କହିଥିଲେ, ବିଧାନସଭାର ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି ଉଦଘାଟନ କରନ୍ତି। କିନ୍ତୁ ଏଠି ଭାଜପା ନେତା ଉଦଘାଟନ ଓ ଉଦଯାପନ କରିବେ। ବିଧାନସଭା କାମରେ ବାହାର ନେତା କିଛି କରିବା ଅଶୋଭନୀୟ। ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ନଚେତ ବିଜେଡି ଯୋଗ ଦେବନି ବୋଲି କହିଛନ୍ତି ପ୍ରତାପ ଦେବ।
The post ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି appeared first on Dharitri Odia News.