ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)- କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଦେବୀପୀଠ ଉତ୍ସବମୁଖର ହୋଇଉଠିଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। କେତେଜଣ ଭକ୍ତ ମାନସିକ ପୂରଣ ପାଇଁ ମା’ଙ୍କ ନିକଟରେ ଭୋଗ ଲଗାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୬ରୁ ୬ଟା ୩୦ ମଧ୍ୟରେ ମା’ଙ୍କ ଖଣ୍ଡା ଡାକବଙ୍ଗଳା ଅଭିମୁଖେ ଶୋଭାଯାତ୍ରାରେ ବାହାରିବ ଓ ରାତି ୯ଟା ୩୦ରେ ମା’ଙ୍କ […] The post ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା appeared first on Dharitri Odia News.

ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)- କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଦେବୀପୀଠ ଉତ୍ସବମୁଖର ହୋଇଉଠିଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। କେତେଜଣ ଭକ୍ତ ମାନସିକ ପୂରଣ ପାଇଁ ମା’ଙ୍କ ନିକଟରେ ଭୋଗ ଲଗାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୬ରୁ ୬ଟା ୩୦ ମଧ୍ୟରେ ମା’ଙ୍କ ଖଣ୍ଡା ଡାକବଙ୍ଗଳା ଅଭିମୁଖେ ଶୋଭାଯାତ୍ରାରେ ବାହାରିବ ଓ ରାତି ୯ଟା ୩୦ରେ ମା’ଙ୍କ ଖଣ୍ଡାବସା ପର୍ବ ହେବ ବୋଲି ପୂଜକ ଅଶ୍ୱିନ ପଣ୍ଡା ପ୍ରକାଶ କରିଛନ୍ତି।

ସୋମବାର ରାତିରେ ଆଲୋକମାଳାରେ ଝଲସିଉଠୁଛି ଇଷ୍ଟଦେବୀଙ୍କ ମନ୍ଦିର ସମେତ ମୁଖ୍ୟ ଦ୍ୱାର ଓ ଆଖପାଖ ଅଞ୍ଚଳ। ଖଣ୍ଡାବସା ପର୍ବ ଯେମିତି ଶାନ୍ତିଶୃଙ୍ଖଳା ସହ ହେବ ସେ ନେଇ ଜୁନାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ପର୍ବରେ ୧ ପ୍ଲାଟୁନ ପୋଲିସ ମୁତୟନ ସହ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳର ସମସ୍ତ ଥାନାର ଏସ୍‌ଆଇ ଓ ଏଏସ୍‌ଆଇ ଯୋଗଦେଇ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରିବେ। ସେହିପରି ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଧର୍ମଗଡ ଏସ୍‌ଡିପିଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଏହି ଆଇନଶୃଙ୍ଖଳା ତଦାରଖ କରିବେ। ପ୍ରଶାସନିକ ସ୍ତରରେ ଜୁନାଗଡ଼ ତହସିଲଦାର ସୁର୍ମି ସୋରେନ, ବିଡିଓ ଦେବାଶିଷ କର, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ଖିଲୋ ପ୍ରମୁଖ ଦାୟିତ୍ୱ ତୁଲାଇବେ।

The post ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା appeared first on Dharitri Odia News.