ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ଏକ ମାରୁତି ସୂଜୁକି ଏକ୍ସଟ୍ରା କାର୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ବାଘ ଦଫା ଗ୍ରାମର ତରଣି ସେନ ମହାନ୍ତ ଓ ତାଙ୍କ ସ୍ତ୍ରୀ ପିଛୁଳା ବେଡ଼ା ଶ୍ୱଶୁର ବଳଭଦ୍ରଙ୍କଙ୍କ ଘରକୁ ଆସିଥିବାବେଳେ ଦମ୍ପତିଙ୍କ ମଧ୍ୟରେ କଳହରୁ ତରଣି […] The post ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ appeared first on Dharitri Odia News.

ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ଏକ ମାରୁତି ସୂଜୁକି ଏକ୍ସଟ୍ରା କାର୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ବାଘ ଦଫା ଗ୍ରାମର ତରଣି ସେନ ମହାନ୍ତ ଓ ତାଙ୍କ ସ୍ତ୍ରୀ ପିଛୁଳା ବେଡ଼ା ଶ୍ୱଶୁର ବଳଭଦ୍ରଙ୍କଙ୍କ ଘରକୁ ଆସିଥିବାବେଳେ ଦମ୍ପତିଙ୍କ ମଧ୍ୟରେ କଳହରୁ ତରଣି ଉତ୍‌କ୍ଷିପ୍ତ ହୋଇ କାର୍‌ଟିକୁ ଜଙ୍ଗଲକୁ ନେଇ ଜାଳି ଦେଇଥିବା ଖବର ମିଳିଛି। ଏନେଇ ଘଟଗାଁ ଏସ୍‌ଡିପିଓ ବିଜୟ କୃଷ୍ଣ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ appeared first on Dharitri Odia News.