ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ
ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଗୁରୁବାର ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ଗୁମର ଖୋଳିଛନ୍ତି। ସେ କହିଛନ୍ତି, ପାଣ୍ଡିଆନ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ। କେତେବେଳେ ଫ୍ଲାଇଂ କିସ ଦେଉଥିଲେ ତ କେତେବେଳେ ଆଖି […] The post ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ appeared first on Dharitri Odia News.
ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଗୁରୁବାର ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ଗୁମର ଖୋଳିଛନ୍ତି।
ସେ କହିଛନ୍ତି, ପାଣ୍ଡିଆନ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ। କେତେବେଳେ ଫ୍ଲାଇଂ କିସ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ। ନବୀନ ବାବୁ କିଛି ବୁଝି ପାରୁ ନ ଥିଲେ, କିଛି ଜାଣି ପାରୁ ନ ଥିଲେ। ପାଣ୍ଡିଆନ ତାଙ୍କ ହାତ ମାଡି ବସୁଥିଲେ, ଗୋଇଠା ମାରୁଥିଲେ। ପାଣ୍ଡିଆନ ଚାହୁଁ ନ ଥିଲେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି । ଭାଗ୍ୟ ଭଲ ନବୀନ ମୁଖ୍ୟମନ୍ତ୍ରୀ ହେଲେ ନାହିଁ । ନ ହେଲେ ସେ ଆଜି ଭଲରେ ନ ଥାନ୍ତେ। ଏବେ ନବୀନ ବାବୁ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।
ଏହାର ଜବାବରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି,ବିଜେଡି କହିଛି ନବୀନଙ୍କ ବାବଦରେ ଭୁଲ ପ୍ରଚାର କରାଯାଉଛି । ପାଣ୍ଡିଆନ ନବୀନଙ୍କୁ କୌଣସି ଔଷଧ ଦେଉ ନ ଥିଲେ । ନିଜ ପ୍ରଚାର ପାଇଁ ପଦ୍ମଲୋଚନ ନବୀନଙ୍କୁ ମୋହରା କରୁଛନ୍ତି। ନବୀନ ବାବୁଙ୍କ ବୟସ ହେଲାଣି ତାଙ୍କ ହାତ ଥରୁଥିଲା। ବୟସ ହେଲେ ସମସ୍ତଙ୍କ ହାତ ଥରିବ। ଏଥିରେ ନୂଆ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
The post ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ appeared first on Dharitri Odia News.