ମନୁ ଭାକର ହେବେ କ୍ରିକେଟର! ସୂର୍ଯ୍ୟକୁମାରଙ୍କଠାରୁ ଶିଖୁଛନ୍ତି ଟେକନିକ
ନୂଆଦିଲ୍ଲୀ,୨୫।୮: ପ୍ୟାରିସ ଅଲିମ୍ପିକ୍ସ -୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଯୁବ ସୁଟର ମନୁ ଭାକର ବର୍ତ୍ତମାନ କ୍ରିକେଟର ହେବାକୁ ମନ ବଳାଇଛନ୍ତି। ମନୁ ଅନେକ ଖେଳ ଖେଳିଛନ୍ତି ଏବଂ ବର୍ତ୍ତମାନ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତ। ଏଥିପାଇଁ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଭେଟିଥିଲେ। ମନୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତର ଟି -୨୦ ଅଧିନାୟକଙ୍କୁ ଭେଟିବା ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ସେ ମିଷ୍ଟର ୩୬୦ଡିଗ୍ରୀ […] The post ମନୁ ଭାକର ହେବେ କ୍ରିକେଟର! ସୂର୍ଯ୍ୟକୁମାରଙ୍କଠାରୁ ଶିଖୁଛନ୍ତି ଟେକନିକ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୮: ପ୍ୟାରିସ ଅଲିମ୍ପିକ୍ସ -୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଯୁବ ସୁଟର ମନୁ ଭାକର ବର୍ତ୍ତମାନ କ୍ରିକେଟର ହେବାକୁ ମନ ବଳାଇଛନ୍ତି। ମନୁ ଅନେକ ଖେଳ ଖେଳିଛନ୍ତି ଏବଂ ବର୍ତ୍ତମାନ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତ। ଏଥିପାଇଁ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଭେଟିଥିଲେ। ମନୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତର ଟି -୨୦ ଅଧିନାୟକଙ୍କୁ ଭେଟିବା ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ସେ ମିଷ୍ଟର ୩୬୦ଡିଗ୍ରୀ ନାମରେ ଜଣାଶୁଣା ଏହି ବ୍ୟାଟ୍ସମ୍ୟାନଙ୍କଠାରୁ ନୂତନ ଖେଳ ବିଷୟରେ ବୈଷୟିକ ଜ୍ଞାନ ନେଉଛନ୍ତି।
ମନୁ ବର୍ତ୍ତମାନ ତିନି ମାସର ବିରତିରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ୧୦ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ତଥା ମିଶ୍ରିତ ଦଳ ଇଭେଣ୍ଟରେ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ। ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି।
ବିରତି ସମୟକୁ ସେ ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି । ସେ ଭାରତୀୟ ଟି -୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଭେଟି ଇନଷ୍ଟାଗ୍ରାମରେ ଏହାର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ସହିତ ମନୁ ଲେଖିଛନ୍ତି, ଭାରତର ମିଷ୍ଟର ୩୬୦ଡିଗ୍ରୀଙ୍କୁ ଭେଟି ଏକ ନୂତନ ଖେଳର କୌଶଳ ଶିଖିଛନ୍ତି।
Learning techniques of a new sport with the Mr. 360 of India! @surya_14kumar
pic.twitter.com/nWVrwxWYqy
— Manu Bhaker
(@realmanubhaker) August 25, 2024
The post ମନୁ ଭାକର ହେବେ କ୍ରିକେଟର! ସୂର୍ଯ୍ୟକୁମାରଙ୍କଠାରୁ ଶିଖୁଛନ୍ତି ଟେକନିକ appeared first on Dharitri Odia News.
(@realmanubhaker)