ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦି,୧୭ା୬: ବାହାନଗା ଟ୍ରେନ୍‌ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ, ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। […] The post ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା appeared first on Dharitri Odia News.

ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦି,୧୭ା୬: ବାହାନଗା ଟ୍ରେନ୍‌ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ, ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

The post ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା appeared first on Dharitri Odia News.