ଚା’ ତିଆରି କରି ମୋଦିଙ୍କୁ କି ଚ୍ୟାଲେଞ୍ଜ ଦେଲେ ମମତା

କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି। ଏବେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଜଲପାଇଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର ଓ୍ବାଟ ଲିଫ ଫ୍ୟାକ୍ଟ୍ରିଜ(ବିଏଲଏଫ)ର ଛୋଟ ଚା’ ଚାଷୀଙ୍କ ଠାରୁ ସବୁଜ ପତ୍ର କ୍ରୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଟିଏମସି ଏହି ଯାତ୍ରା ସମ୍ବନ୍ଧରେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛି । […] The post ଚା’ ତିଆରି କରି ମୋଦିଙ୍କୁ କି ଚ୍ୟାଲେଞ୍ଜ ଦେଲେ ମମତା appeared first on Dharitri Odia News.

ଚା’ ତିଆରି କରି ମୋଦିଙ୍କୁ କି ଚ୍ୟାଲେଞ୍ଜ ଦେଲେ ମମତା

କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି। ଏବେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଜଲପାଇଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି।

ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର ଓ୍ବାଟ ଲିଫ ଫ୍ୟାକ୍ଟ୍ରିଜ(ବିଏଲଏଫ)ର ଛୋଟ ଚା’ ଚାଷୀଙ୍କ ଠାରୁ ସବୁଜ ପତ୍ର କ୍ରୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଟିଏମସି ଏହି ଯାତ୍ରା ସମ୍ବନ୍ଧରେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛି । ଏଥିରେ ମମତା ବାନାର୍ଜୀ ଜଲପାଇଗୁଡିର ଏକ ଚା’ ଦୋକାନରେ ପହଞ୍ଚି ନିଜେ ଦୋକାନୀଙ୍କ ସହ ଚା’ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ଟିଏମସି ସୋସିଆଲ ମିଡିଆ ଏକ୍ସରେ ଲେଖିଛି ଯେ ମମତା ବାନାର୍ଜୀ ଚା ’ଦୋକାନରେ ପହଞ୍ଚିଛନ୍ତି। ଏହି କାରଣରୁ ମନେହେଉଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା’ ଚ୍ୟାଲେଞ୍ଜ ଦେଇଛନ୍ତି ।

The post ଚା’ ତିଆରି କରି ମୋଦିଙ୍କୁ କି ଚ୍ୟାଲେଞ୍ଜ ଦେଲେ ମମତା appeared first on Dharitri Odia News.