ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ
ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇନାହିଁ। ଏବେ ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ମିଳିତ ଭାବେ ଦାରିଙ୍ଗବାଡ଼ି ଜନଜାତି ହାଟ ଅଞ୍ଚଳରେ ରହିଥିବା ଜବରଦଖଲକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ସେଠାରେ ଗତ ୨୦୧୫ରେ ଜିଲା […] The post ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇନାହିଁ। ଏବେ ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି।
ମିଳିତ ଭାବେ ଦାରିଙ୍ଗବାଡ଼ି ଜନଜାତି ହାଟ ଅଞ୍ଚଳରେ ରହିଥିବା ଜବରଦଖଲକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ସେଠାରେ ଗତ ୨୦୧୫ରେ ଜିଲା ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ୍ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ତାହା ସଫଳ ହୋଇ ନ ଥିଲା। ସେଠାରେ ବ୍ୟବସାୟ ହେବ ନାହିଁ ବୋଲି ଆଶଙ୍କା କରିବା ସହ ଗ୍ରାହକ ସେଠାକୁ ଯିବେ ନାହିଁ ବୋଲି ଉଠା ଦୋକାନୀମାନେ ଭେଣ୍ଡିଂ ଜୋନ୍କୁ କେହି ଗଲେନାହିଁ। ଫଳରେ ବର୍ଷ ବର୍ଷ ଧରି ଉକ୍ତ ଭେଣ୍ଡିଂ ଜୋନ୍ କୌଣସି କାର୍ଯ୍ୟରେ ଆସିଲା ନାହିଁ ବରଂ ଲକ୍ଷାଧିକ ଟଙ୍କା ବିନିମୟରେ ଖର୍ଚ୍ଚ ହୋଇଥିବା ହାଟ ପେଣ୍ଡି ଓ ଭେଣ୍ଡିଂ ଜୋନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ଏହାର ଫାଇଦା ନେଇ ଉକ୍ତ ସରକାରୀ ଜମିରେ ଅନେକ ଜବରଦଖଲ କରି ରଖିଛନ୍ତି। ଯାହାକି ପ୍ରଶାସନ ଏବେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି।
ସେ କହିଛନ୍ତି, ଜାତୀୟ ରାଜପଥଠାରୁ ବ୍ଲକ ରାସ୍ତାରେ ସବୁବେଳେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ସେପଟେ ଉକ୍ତ ରାସ୍ତା ଉକ୍ତ ବ୍ଲକର ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାକୁ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ରହିଥିଲା ଏବେ ଉକ୍ତ ରାସ୍ତା ପ୍ରଶସ୍ତ କରାଯିବ ଓ ଏହାକୁ ପୂର୍ତ୍ତ ବିଭାଗ ସମ୍ପ୍ରସାରଣ କାର୍ଯ୍ୟ କରିବ। ତେଣୁ ଖୁବ୍ଶୀଘ୍ର ଉକ୍ତ ରାସ୍ତାରେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ସେଥିପାଇଁ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରାଯିବ ବସ୍ଷ୍ଟାଣ୍ଡ ଅଞ୍ଚଳ ସମେତ ଜନଜାତି ହାଟ, ବ୍ଲକ ରୋଡ୍ର କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ବିଡିଓ କହିଛନ୍ତି। ଏହି ଉଚ୍ଛେଦ ସମୟରେ ବିଡିଓ ପାତ୍ରଙ୍କ ସହ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ, ରାଜସ୍ବ ନିରୀକ୍ଷକ ସୁବ୍ରତ ମଲିକ, ସରପଞ୍ଚ ଚନ୍ଦ୍ରିକା ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ appeared first on Dharitri Odia News.