ବିଜେଡି ପ୍ରାର୍ଥୀଙ୍କ ବାଇକ ରାଲି ଉପରେ ଗାଡି ଚଢାଇଦେଲେ ପୂର୍ବତନ ସରପଞ୍ଚ
ଭୁବନେଶ୍ୱର,୨୭।୫: ଧର୍ମଶାଳାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାଇକ ରାଲି ଉପରେ ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକାଧିକ ବାଇକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଭିଯୁକ୍ତ ଫେରାର ଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାଁ ଦିଲ୍ଲୀପ କୁମାର ବେହେରା ବୋଲି ଜଣାପଡିଛି। The post ବିଜେଡି ପ୍ରାର୍ଥୀଙ୍କ ବାଇକ ରାଲି ଉପରେ ଗାଡି ଚଢାଇଦେଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.
ଭୁବନେଶ୍ୱର,୨୭।୫: ଧର୍ମଶାଳାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାଇକ ରାଲି ଉପରେ ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକାଧିକ ବାଇକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଭିଯୁକ୍ତ ଫେରାର ଥିବା ବେଳେ ବିଜେଡି କର୍ମୀମାନେ ତାଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାଁ ଦିଲ୍ଲୀପ କୁମାର ବେହେରା ବୋଲି ଜଣାପଡିଛି।
The post ବିଜେଡି ପ୍ରାର୍ଥୀଙ୍କ ବାଇକ ରାଲି ଉପରେ ଗାଡି ଚଢାଇଦେଲେ ପୂର୍ବତନ ସରପଞ୍ଚ appeared first on Dharitri Odia News.