ଦିଲ୍ଲୀ ପୋଲିସ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୨୩।୮: ଭାରତୀୟ ରେସଲର ଭିନେଶ ଫୋଗଟ ଦିଲ୍ଲୀ ପୋଲିସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭିନେଶ ଫୋଗଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କୋର୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷାକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ପୋଲିସ ବ୍ୟତୀତ ଭାରତୀୟ ରେସଲର ଦିଲ୍ଲୀ ମହିଳା ଆୟୋଗକୁ ମଧ୍ୟ ଟ୍ୟାଗ କରିଛନ୍ତି। ଭିନେଶ ଫୋଗଟ ଦାବି କରିଛନ୍ତି, ବ୍ରିଜଭୂଷଣଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷା ନିଆଯାଇଛି, କିନ୍ତୁ […] The post ଦିଲ୍ଲୀ ପୋଲିସ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଭିନେଶ ଫୋଗଟ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୮: ଭାରତୀୟ ରେସଲର ଭିନେଶ ଫୋଗଟ ଦିଲ୍ଲୀ ପୋଲିସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭିନେଶ ଫୋଗଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କୋର୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷାକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ପୋଲିସ ବ୍ୟତୀତ ଭାରତୀୟ ରେସଲର ଦିଲ୍ଲୀ ମହିଳା ଆୟୋଗକୁ ମଧ୍ୟ ଟ୍ୟାଗ କରିଛନ୍ତି।
ଭିନେଶ ଫୋଗଟ ଦାବି କରିଛନ୍ତି, ବ୍ରିଜଭୂଷଣଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷା ନିଆଯାଇଛି, କିନ୍ତୁ ଦିଲ୍ଲୀ ପୋଲିସ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏ ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି ଯେ ସୁରକ୍ଷା ପ୍ରତ୍ୟାହାର କରିବାର କୌଣସି ଆଦେଶ ନାହିଁ। ଯଦି ସୁରକ୍ଷା କର୍ମୀଙ୍କ ପହଞ୍ଚିବାରେରେ ବିଳମ୍ବ ହେଉଛି ତେବେ ଏହାର ଅନୁସନ୍ଧାନ କରାଯାଉଛି।
ଆପଣଙ୍କୁ କହିରଖୁଛୁ ଯେ, ଭିନେଶଙ୍କ ବ୍ୟତୀତ ରିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷି ମଲିକଙ୍କ ସମେତ ଅନ୍ୟାନ୍ୟ କୁସ୍ତିଯୋଦ୍ଧା ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ସେତେବେଳେ ବ୍ରିଜଭୂଷଣ ସିଂ ଭାରତୀୟ ରେସଲିଂ ଆସୋସିଏଶନର ସଭାପତି ଥିଲେ। ତାଙ୍କ ବିରୋଧରେ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥି ସହିତ ନିକଟରେ ଦିଲ୍ଲୀର ଆଭେନ୍ୟୁ କୋର୍ଟ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏଥି ସହ ଭାରତୀୟ ରେସଲିଂ ଆସୋସିଏଶନର ତତ୍କାଳୀନ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପରେ ସେ ସ୍ଥାନୀୟ କୋର୍ଟରୁ ଜାମିନ ପାଇଥିଲେ।
The post ଦିଲ୍ଲୀ ପୋଲିସ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଭିନେଶ ଫୋଗଟ appeared first on Dharitri Odia News.