କେଜରିୱାଲଙ୍କୁ ୨୪ ଘଣ୍ଟାରେ ତୃତୀୟ ଝଟକା, ତତ୍କାଳ ଶୁଣାଣି ନିମନ୍ତେ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୦।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଫଶିଥିବା ଅରବିନ୍ଦ କେଜରିୱାଲଙ୍କୁ ଗତ ୨୪ ଘଣ୍ଟାରେ କୋର୍ଟରୁ ଲାଗ ଲାଗ ୩ଟି ଝଟକା ଲାଗିଛି। ମଙ୍ଗଳବାର ଗିରଫ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଓ ବୁଧବାର ଓକିଲଙ୍କ ସମ୍ପର୍କିତ ପିଟିସନ ଉପରେ ରାଉଜ ଏଭେନ୍ୟୁ କୋର୍ଟ ନିରାଶ କରିଥିବା ବେଳେ ମଧ୍ୟାହ୍ନରେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ଗିରଫଦାରୀ ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତେବେ ସୁପ୍ରିମକୋର୍ଟରେ କେଜରିୱାଲଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି ହେବ ନାହିଁ ବୋଲି ଜଣାପଡିଛି। ଏଥି ପାଇଁ ତାଙ୍କୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏଥିପାଇଁ ସୁପ୍ରିମକୋର୍ଟରେ ସ୍ପେଶାଲ ବେଞ୍ଚର ଗଠନ ହେବ ନାହିଁ। ଏଣୁ କେଜରିୱାଲଙ୍କ ଆବଦେନର ଶୁଣାଣି ସୋମବାର ପୂର୍ବରୁ ହେବାର ସମ୍ଭାବନା ନଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଇଡି ଦ୍ୱାରା କେଜରିୱାଲଙ୍କ ଗିରଫ ଓ ରିମାଣ୍ଡକୁ ବୈଧ ବୋଲି କହିଥିଲେ। ମାମଲାରେ କେଜରିୱାଲଙ୍କ ତର୍କକୁ ଅସ୍ୱୀକାର କରିବା ସହିତ ପିଟିସନକୁ ଖାରଜ କରିଦେଇଥିଲେ। ଏହା ପରେ ବୁଧବାର ସକାଳେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କ ଓକିଲ ସମ୍ପର୍କିତ ଦ୍ୱିତୀୟ ଆବେଦନକୁ ଖାରଜ କର

କେଜରିୱାଲଙ୍କୁ ୨୪ ଘଣ୍ଟାରେ ତୃତୀୟ ଝଟକା,  ତତ୍କାଳ ଶୁଣାଣି ନିମନ୍ତେ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୦।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଫଶିଥିବା ଅରବିନ୍ଦ କେଜରିୱାଲଙ୍କୁ ଗତ ୨୪ ଘଣ୍ଟାରେ କୋର୍ଟରୁ ଲାଗ ଲାଗ ୩ଟି ଝଟକା ଲାଗିଛି। ମଙ୍ଗଳବାର ଗିରଫ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଓ ବୁଧବାର ଓକିଲଙ୍କ ସମ୍ପର୍କିତ ପିଟିସନ ଉପରେ ରାଉଜ ଏଭେନ୍ୟୁ କୋର୍ଟ ନିରାଶ କରିଥିବା ବେଳେ ମଧ୍ୟାହ୍ନରେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ଗିରଫଦାରୀ ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତେବେ ସୁପ୍ରିମକୋର୍ଟରେ କେଜରିୱାଲଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି ହେବ ନାହିଁ ବୋଲି ଜଣାପଡିଛି। ଏଥି ପାଇଁ ତାଙ୍କୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏଥିପାଇଁ ସୁପ୍ରିମକୋର୍ଟରେ ସ୍ପେଶାଲ ବେଞ୍ଚର ଗଠନ ହେବ ନାହିଁ। ଏଣୁ କେଜରିୱାଲଙ୍କ ଆବଦେନର ଶୁଣାଣି ସୋମବାର ପୂର୍ବରୁ ହେବାର ସମ୍ଭାବନା ନଥିବା ଜଣାପଡିଛି। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଇଡି ଦ୍ୱାରା କେଜରିୱାଲଙ୍କ ଗିରଫ ଓ ରିମାଣ୍ଡକୁ ବୈଧ ବୋଲି କହିଥିଲେ। ମାମଲାରେ କେଜରିୱାଲଙ୍କ ତର୍କକୁ ଅସ୍ୱୀକାର କରିବା ସହିତ ପିଟିସନକୁ ଖାରଜ କରିଦେଇଥିଲେ। ଏହା ପରେ ବୁଧବାର ସକାଳେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କ ଓକିଲ ସମ୍ପର୍କିତ ଦ୍ୱିତୀୟ ଆବେଦନକୁ ଖାରଜ କରିଦେଇଥିଲେ। ଏହି ପିଟିସନରେ କେଜରିୱାଲ ସପ୍ତାହରେ ୫ ଥର ଓକିଲଙ୍କୁ ଭେଟିବାର ସୁବିଧା ପାଇବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କୋର୍ଟରେ ଆବେଦନ ଅଗ୍ରାହ୍ୟ ହୋଇଯିବା ପରେ ଏବେ ସେ ସପ୍ତାହକୁ କେବଳ ୨ ଥର ଭେଟିପାରିବେ। 

କେଜରିୱାଲଙ୍କ ଲିଗାଲ ଟିମ୍‌ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୂଚନା ଅନୁସାରେ ଏହି ଆବେଦନର ଶୁଣାଣି ନିମନ୍ତେ କେଜରିୱାଲଙ୍କୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। କୋର୍ଟ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଗୁରୁବାର ଇଦ୍ ଛୁଟି ଥିବା ବେଳେ ଶୁକ୍ରବାର ସ୍ଥାନୀୟ ଛୁଟି। ଶନିବାର ଓ ରବିବାର ଛୁଟି ଦିନ ହୋଇଥିବାରୁ ସୁପ୍ରିମକୋର୍ଟ ମାମଲାରେ ସ୍ପେଶାଲ ବେଞ୍ଚ ଗଠନ କରୁନଥିବାରୁ ସୋମବାର ପୂର୍ବରୁ ମାମଲାର ଶୁଣାଣି ସମ୍ଭବ ନୁହେଁ ସ୍ପଷ୍ଟ ହୋଇଯାଇଛି।