ବିବାହ ଆଇନରେ ସଂଶୋଧନ ପାଇଁ ଇରାକ୍ ଏବେ ପ୍ରସ୍ତୁତ, ୯ ବର୍ଷର ବାଳିକାବି ହୋଇ ପାରିବ ବାହା

ବଗଦାଦ ୧୦।୧୧: ଇରାକରେ ବିବାହ ଆଇନ ସଂଶୋଧନ ନିମନ୍ତେ ପ୍ରସ୍ତୁତି ଚାଲିଛି। ଯେଉଁଥିରେ ପୁରୁଷଙ୍କୁ ୯ ବର୍ଷର ବାଳିକାଙ୍କୁ ବିବାହ ନିମନ୍ତେ ଅନୁମତି ମିଳିପାରିବ। ଏହା ସହିତ ମହିଳାଙ୍କୁ ତଲାକ, ପିଲାଙ୍କ ଦେଖାଶୁଣା ଓ ସମ୍ପତ୍ତି ଭାଗବଣ୍ଟା ଭଳି ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଇ ପାରେ। ‘ଦି ଟେଲିଗ୍ରାଫ’ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ପ୍ରସ୍ତାବ ଅନୁସାରେ ଲୋକେ ବିବାହ, ତଲାକ, ପିଲାଙ୍କ ଦେଖାଶୁଣା ଭଳି ପରିବାର ସମ୍ପର୍କିତ ମାମଲାରେ ଧାର୍ମିକ ନିୟମର ପାଳନ କରିବେ ନଚେତ ସରକାରୀ ଆଇନର ଉପଯୋଗ କରିପାରିବେ। ଇରାକ୍ ସିଆ ମେଣ୍ଟ ସରକାର ଏହି ପ୍ରସ୍ତାବକୁ ଆଇନରେ ପରିଣତ କରିବାକୁ ଚାହୁଁଛି। ଏଥି ପାଇଁ ସରକାରଙ୍କ ତର୍କ ହେଉଛି ଯୁବତୀମାନଙ୍କୁ ଅନୈତିକ ସମ୍ବଦ୍ଧରୁ ସୁରକ୍ଷିତ ରଖା ଯାଇ ପାରିବ। ଇରାକରେ ୧୯୫୯ ମସିହାରେ ଲାଗୁ ହୋଇଥିବା ଆଇନ ୧୮୮କୁ ସେତେବେଳେ ପଶ୍ଚିମ ଏସିୟାର ସବୁଠୁ ପ୍ରଗତିଶୀଳ ଆଇନ କୁହାଯାଉଥିଲା। ଏହା ସବୁ ଇରାକୀ ପରିବାରଙ୍କ ନିମନ୍ତେ ଗୋଟିଏ ପ୍ରକାରର ଥିଲା। ତେବେ ମେଣ୍ଟ ସରକାରଙ୍କ କହିବା କଥା ହେଉଛି ନୂଆ ସଂଶୋଧନ ପ୍ରସ୍ତାବ ସରିୟା ଆଇନର କଡ଼ା ବ୍ୟାଖ୍ୟା ଅନୁରୂପ। ସଂସଦରେ ବହୁମତ ଥିବାରୁ ଏହି ପ୍ରସ୍ତାବ ଆଇନରେ ପରିଣତ ହୋଇଯିବ ବୋଲି ଏବେ ଆଶା କରାଯାଉଛି। ତେବେ ଇରାକରେ ମହିଳା ସଙ୍ଗଠନମାନେ ଏହି ସଂଶୋଧନ ପ୍ରସ୍ତାବକୁ ଦୃଢ ବିରୋଧ କରୁଛନ୍ତି। ୟୁନିସେଫ ଅନୁସାରେ ଇରାକରେ ପ୍ରଥମରୁ ବାଲ୍ୟବିବାହ ସଂଖ

ବିବାହ ଆଇନରେ ସଂଶୋଧନ ପାଇଁ ଇରାକ୍ ଏବେ ପ୍ରସ୍ତୁତ, ୯ ବର୍ଷର ବାଳିକାବି  ହୋଇ ପାରିବ ବାହା

ବଗଦାଦ ୧୦।୧୧: ଇରାକରେ ବିବାହ ଆଇନ ସଂଶୋଧନ ନିମନ୍ତେ ପ୍ରସ୍ତୁତି ଚାଲିଛି। ଯେଉଁଥିରେ ପୁରୁଷଙ୍କୁ ୯ ବର୍ଷର ବାଳିକାଙ୍କୁ ବିବାହ ନିମନ୍ତେ ଅନୁମତି ମିଳିପାରିବ। ଏହା ସହିତ ମହିଳାଙ୍କୁ ତଲାକ, ପିଲାଙ୍କ ଦେଖାଶୁଣା ଓ ସମ୍ପତ୍ତି ଭାଗବଣ୍ଟା ଭଳି ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଇ ପାରେ। ‘ଦି ଟେଲିଗ୍ରାଫ’ ରିପୋର୍ଟରୁ ଏହି ସୂଚନା ମିଳିଛି। ଏହି ପ୍ରସ୍ତାବ ଅନୁସାରେ ଲୋକେ ବିବାହ, ତଲାକ, ପିଲାଙ୍କ ଦେଖାଶୁଣା ଭଳି ପରିବାର ସମ୍ପର୍କିତ ମାମଲାରେ ଧାର୍ମିକ ନିୟମର ପାଳନ କରିବେ ନଚେତ ସରକାରୀ ଆଇନର ଉପଯୋଗ କରିପାରିବେ। 

ଇରାକ୍ ସିଆ ମେଣ୍ଟ ସରକାର ଏହି ପ୍ରସ୍ତାବକୁ ଆଇନରେ ପରିଣତ କରିବାକୁ ଚାହୁଁଛି। ଏଥି ପାଇଁ ସରକାରଙ୍କ ତର୍କ ହେଉଛି ଯୁବତୀମାନଙ୍କୁ ଅନୈତିକ ସମ୍ବଦ୍ଧରୁ ସୁରକ୍ଷିତ ରଖା ଯାଇ ପାରିବ। ଇରାକରେ ୧୯୫୯ ମସିହାରେ ଲାଗୁ ହୋଇଥିବା ଆଇନ ୧୮୮କୁ ସେତେବେଳେ ପଶ୍ଚିମ ଏସିୟାର ସବୁଠୁ ପ୍ରଗତିଶୀଳ ଆଇନ କୁହାଯାଉଥିଲା। ଏହା ସବୁ ଇରାକୀ ପରିବାରଙ୍କ ନିମନ୍ତେ ଗୋଟିଏ ପ୍ରକାରର ଥିଲା। ତେବେ ମେଣ୍ଟ ସରକାରଙ୍କ କହିବା କଥା ହେଉଛି ନୂଆ ସଂଶୋଧନ ପ୍ରସ୍ତାବ ସରିୟା ଆଇନର କଡ଼ା ବ୍ୟାଖ୍ୟା ଅନୁରୂପ। ସଂସଦରେ ବହୁମତ ଥିବାରୁ ଏହି ପ୍ରସ୍ତାବ ଆଇନରେ ପରିଣତ ହୋଇଯିବ ବୋଲି ଏବେ ଆଶା କରାଯାଉଛି। 

ତେବେ ଇରାକରେ ମହିଳା ସଙ୍ଗଠନମାନେ ଏହି ସଂଶୋଧନ ପ୍ରସ୍ତାବକୁ ଦୃଢ ବିରୋଧ କରୁଛନ୍ତି। ୟୁନିସେଫ ଅନୁସାରେ ଇରାକରେ ପ୍ରଥମରୁ ବାଲ୍ୟବିବାହ ସଂଖ୍ୟା ବହୁତ ଅଧିକ। ପାଖାପାଖି ୨୮ ପ୍ରତିଶତ ଇରାକୀ ଝିଅମାନଙ୍କ ବିବାହ ୧୮ ବର୍ଷ ପୂର୍ବରୁ ହୋଇ ଯାଉଛି। ଏଥିରେ ବିବାହ ଆଇନରେ ସଂଶୋଧନ ପରିସ୍ଥିତିକୁ ଆହୁରି ଜଟିଳ କରିବ। ତେବେ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଏହି ସଂଶୋଧନ ମହିଳାମାନଙ୍କ ଅଧିକାର ସମାପ୍ତ କରିଦେବ ଓ ଧାର୍ମିକ ସିଦ୍ଧାନ୍ତକୁ ପ୍ରାଥମିକତା ଦେବ।