IPL ଅକ୍ସନରେ କେଉଁ ଟିମ୍‌ କରିଛି ଅଧିକ ଖର୍ଚ୍ଚ ? ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୧୮।୧୧: ୨୪-୨୫ ନଭେମ୍ବରରେ ହେବ ଆଇପିଏଲ୍‌ ୨୦୨୫ର ମେଗା ନିଲାମି । ଏହି ନିଲାମୀ ସାଉଦି ଆରବର ଜେଡ୍ଡା ଠାରେ ହେବ । ଚଳିତବର୍ଷ ୫୭୪ ଖେଳାଳିଙ୍କ ଉପରେ ଲାଗିବ ନିଲାମୀ ।  ଏଥିରୁ କେବଳ ୨୦୪ ଖେଳାଳିଙ୍କ ଖୋଲିବ ଭାଗ୍ୟ । ଏହି ନିଲାମରେ ଅଧିକ ଅର୍ଥ ଖର୍ଚ୍ଚ ହେବ । ଚଳିତବର୍ଷ ୧୦ ଟିମର ନିଲାମ ପର୍ସକୁ ବୃଦ୍ଧି କରାଯାଇଛି । ଏହାର ମୂଲ୍ୟକୁ ୧୨୦ କୋଟିକୁ ବୃଦ୍ଧି ପାଇଛି । କିନ୍ତୁ ଜାଣନ୍ତି କି ଆଇପିଏଲର ଗତ ୧୭ଟି ସିଜିନ୍‌ର ଇତିହାସରେ କେଉଁ ଅକ୍ସନରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ? ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଟିମ୍‌ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି? ୧୭ ବର୍ଷରେ ଆୟୋଜିତ ୧୭ଟି ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସର୍ବାଧିକ ୧୧୦୦.୯୧ କୋଟି ଖର୍ଚ୍ଚ କରିଛି । ଟାଇଟଲ ହାତେଇ ପାରିନଥିଲେ ମଧ୍ୟ ଟିମ୍‌ ଖର୍ଚ୍ଚ କମ୍‌ କରିନଥିଲା । ଏହାପଛକୁ ଦ୍ବିତୀୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ଫ୍ରାଞ୍ଚାଇଜ୍‌ ୧୭ଟି ସିଜିନ୍‌ରେ ପ୍ଲେୟରଙ୍କୁ କିଣିବାରେ ଖର୍ଚ୍ଚ କରିଛି ମୋଟ ୧୦୭୭.୩୪  । ତେବେ ୨୦୨୨ ଆଇପିଏଲ୍‌ ମେଗା ଅକ୍ସନ୍‌ରେ ୧୦ଟି ଯାକ ଫ୍ରାଞ୍ଚାଇଜ୍ ମିଳିତ ଭାବରେ ଖର୍ଚ୍ଚ କରିଥିଲେ ମୋଟ ୫୫୧.୭ କୋଟି ଟଙ୍କା । ଅନ୍ୟପଟେ କୁହାଯାଉଛି କି ଚଳିତବର୍ଷ ଭାଙ୍ଗିପାରେ ଏହି ରେକର୍ଡ । 

IPL ଅକ୍ସନରେ କେଉଁ ଟିମ୍‌ କରିଛି ଅଧିକ ଖର୍ଚ୍ଚ ? ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୧୮।୧୧: ୨୪-୨୫ ନଭେମ୍ବରରେ ହେବ ଆଇପିଏଲ୍‌ ୨୦୨୫ର ମେଗା ନିଲାମି । ଏହି ନିଲାମୀ ସାଉଦି ଆରବର ଜେଡ୍ଡା ଠାରେ ହେବ । ଚଳିତବର୍ଷ ୫୭୪ ଖେଳାଳିଙ୍କ ଉପରେ ଲାଗିବ ନିଲାମୀ ।  ଏଥିରୁ କେବଳ ୨୦୪ ଖେଳାଳିଙ୍କ ଖୋଲିବ ଭାଗ୍ୟ । ଏହି ନିଲାମରେ ଅଧିକ ଅର୍ଥ ଖର୍ଚ୍ଚ ହେବ । 

ଚଳିତବର୍ଷ ୧୦ ଟିମର ନିଲାମ ପର୍ସକୁ ବୃଦ୍ଧି କରାଯାଇଛି । ଏହାର ମୂଲ୍ୟକୁ ୧୨୦ କୋଟିକୁ ବୃଦ୍ଧି ପାଇଛି । କିନ୍ତୁ ଜାଣନ୍ତି କି ଆଇପିଏଲର ଗତ ୧୭ଟି ସିଜିନ୍‌ର ଇତିହାସରେ କେଉଁ ଅକ୍ସନରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ? 

ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଟିମ୍‌ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି? ୧୭ ବର୍ଷରେ ଆୟୋଜିତ ୧୭ଟି ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସର୍ବାଧିକ ୧୧୦୦.୯୧ କୋଟି ଖର୍ଚ୍ଚ କରିଛି । ଟାଇଟଲ ହାତେଇ ପାରିନଥିଲେ ମଧ୍ୟ ଟିମ୍‌ ଖର୍ଚ୍ଚ କମ୍‌ କରିନଥିଲା । 

ଏହାପଛକୁ ଦ୍ବିତୀୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ଫ୍ରାଞ୍ଚାଇଜ୍‌ ୧୭ଟି ସିଜିନ୍‌ରେ ପ୍ଲେୟରଙ୍କୁ କିଣିବାରେ ଖର୍ଚ୍ଚ କରିଛି ମୋଟ ୧୦୭୭.୩୪  । ତେବେ ୨୦୨୨ ଆଇପିଏଲ୍‌ ମେଗା ଅକ୍ସନ୍‌ରେ ୧୦ଟି ଯାକ ଫ୍ରାଞ୍ଚାଇଜ୍ ମିଳିତ ଭାବରେ ଖର୍ଚ୍ଚ କରିଥିଲେ ମୋଟ ୫୫୧.୭ କୋଟି ଟଙ୍କା । ଅନ୍ୟପଟେ କୁହାଯାଉଛି କି ଚଳିତବର୍ଷ ଭାଙ୍ଗିପାରେ ଏହି ରେକର୍ଡ ।