ଭଜି ଭଜି ଚାଲିଗଲେ…
ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ….। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ ସମ୍ରାଜ୍ଞୀ ଭାବେ ପରିଚିତ ଶାନ୍ତିଲତା ବାରିକ ଛୋଟରାୟ। ସେ ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମର୍ପି ଦେବା ସହ ଜୀବନଟା ଯେମିତି ତାଙ୍କରି ନାମ ଧରି ଧରି ସରିଯାଉ ବୋଲି ଭକ୍ତିଭରା ନିବେଦନ ଜଣାଇଥିଲେ। ବିଶେଷକରି ଜଗନ୍ନାଥ ଭଜନ ପାଇଁ ସେ ଓଡ଼ିଶାର ଘରେଘରେ ସୁପରିଚିତ ଥିଲେ। ତାଙ୍କର […] The post ଭଜି ଭଜି ଚାଲିଗଲେ… appeared first on Dharitri Odia News.
ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ….। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ ସମ୍ରାଜ୍ଞୀ ଭାବେ ପରିଚିତ ଶାନ୍ତିଲତା ବାରିକ ଛୋଟରାୟ। ସେ ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମର୍ପି ଦେବା ସହ ଜୀବନଟା ଯେମିତି ତାଙ୍କରି ନାମ ଧରି ଧରି ସରିଯାଉ ବୋଲି ଭକ୍ତିଭରା ନିବେଦନ ଜଣାଇଥିଲେ। ବିଶେଷକରି ଜଗନ୍ନାଥ ଭଜନ ପାଇଁ ସେ ଓଡ଼ିଶାର ଘରେଘରେ ସୁପରିଚିତ ଥିଲେ। ତାଙ୍କର ପ୍ରତିଟି ଭଜନରେ ଭାବଭକ୍ତିର କଥା ରହିଥିଲା। ‘ହେ ଚକାନୟନ’ ଭଜନ ତାଙ୍କୁ ପରିଚୟ ପ୍ରଦାନ କରିଥିବାବେଳେ ସେ ‘ମୋ ପ୍ରଭୁ ଜଗନ୍ନାଥ’, ‘ବାଲି ରେଣୁ ମହାବନ୍ଧ’, ‘ଏମିତିକା ସାଆନ୍ତ’, ‘ମଣିମା ଶୁଣିମା ହେଉ’, ‘ସବୁ ବନ୍ଧନ ଖୋଲିଦେଇ ପ୍ରଭୁ’, ‘ଚକା ଆଖିରେ ଲାଗିଛି’, ‘ଭଜି ଭଜି ତୋ ନାମ’ ଭଳି ଅନେକ ଭଜନ ଗାଇ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।
The post ଭଜି ଭଜି ଚାଲିଗଲେ… appeared first on Dharitri Odia News.