ବ୍ରାଉନ ସୁଗାର ବେପାରରେ ମହିଳା, କାର୍ରେ ଚାଲାଣ କରୁଥିବାବେଳେ ଧରିଲା ପୋଲିସ
ଭଦ୍ରକ: ବ୍ରାଉନ ସୁଗାର ବେପାରରେ ମହିଳା। ନିର୍ଭୟରେ କରୁଛନ୍ତି ବ୍ରାଉନ ସୁଗାର କାରବାର। ଭଦ୍ରକ ପୋଲିସ ସୋମବାର ରେଡ କରି ଦୁଇ ମହିଳା ବ୍ରାଉନ ସୁଗାର ବେପାରୀଙ୍କୁ ଧରିଛି। ଏମାନେ ଏକ କାରରେ ବ୍ରାଉନ ସୁଗାର ଚାଲାଣ କରୁଥିବାବେଳେ ଧରାପଡ଼ିଛନ୍ତି।ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଚେକିଂ କରିବାବେଳେ ଗୋଟିଏ କାରକୁ ଅଟକାଇଥିଲେ। କିନ୍ତୁ ଏହି ସମୟରେ ଖସି ପଳାଉଥିବାବେଳେ କାରଟିକୁ କାବୁ କରିଥିଲା ପୋଲିସ । ଆଉ କାର ଯାଞ୍ଚ ସମୟରେ ଏଥିରେ ଥିବା ଏକ ପଲିଥିନରୁ ପ୍ରାୟ ୧୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଏହି ସମୟରେ କାରରେ ଦୁଇ ଜଣ ମହିଳା ଓ କାର ଡ୍ରାଇଭର ଥିଲେ। କାରରେ ଥିବା ଏହି ଦୁଇ ମହିଳା ବ୍ରାଉନସୁଗାର ବେପାରର କାର୍ପଟଦାର ବୋଲି ସୂଚନା ଦେଇଛି ପୋଲିସ।ତେବେ ଗିରଫ ଡ୍ରାଇଭର ଖଣ୍ଡଗିରି ଥାନା ଅଧୀନ ଯଦୁପୁରର ଏସକେ ନରୁଦ୍ଦିନ ଓ ଅନ୍ୟ ଦୁଇ ମହିଳା ବ୍ରାଉନସୁଗାର ବେପାରୀ ହେଲେ ଖଣ୍ଡଗିରି ଥାନା ଅଧୀନ ବେଗୁନିଆ ଅଞ୍ଚଳର ଅଜ୍ୱାରି ବିବି ଏବଂ ସଞ୍ଜିଦା ବିବି ବୋଲି ସୂଚନା ଦେଇଛି ପୋଲିସ।
ଭଦ୍ରକ: ବ୍ରାଉନ ସୁଗାର ବେପାରରେ ମହିଳା। ନିର୍ଭୟରେ କରୁଛନ୍ତି ବ୍ରାଉନ ସୁଗାର କାରବାର। ଭଦ୍ରକ ପୋଲିସ ସୋମବାର ରେଡ କରି ଦୁଇ ମହିଳା ବ୍ରାଉନ ସୁଗାର ବେପାରୀଙ୍କୁ ଧରିଛି। ଏମାନେ ଏକ କାରରେ ବ୍ରାଉନ ସୁଗାର ଚାଲାଣ କରୁଥିବାବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଚେକିଂ କରିବାବେଳେ ଗୋଟିଏ କାରକୁ ଅଟକାଇଥିଲେ। କିନ୍ତୁ ଏହି ସମୟରେ ଖସି ପଳାଉଥିବାବେଳେ କାରଟିକୁ କାବୁ କରିଥିଲା ପୋଲିସ । ଆଉ କାର ଯାଞ୍ଚ ସମୟରେ ଏଥିରେ ଥିବା ଏକ ପଲିଥିନରୁ ପ୍ରାୟ ୧୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଏହି ସମୟରେ କାରରେ ଦୁଇ ଜଣ ମହିଳା ଓ କାର ଡ୍ରାଇଭର ଥିଲେ। କାରରେ ଥିବା ଏହି ଦୁଇ ମହିଳା ବ୍ରାଉନସୁଗାର ବେପାରର କାର୍ପଟଦାର ବୋଲି ସୂଚନା ଦେଇଛି ପୋଲିସ।
ତେବେ ଗିରଫ ଡ୍ରାଇଭର ଖଣ୍ଡଗିରି ଥାନା ଅଧୀନ ଯଦୁପୁରର ଏସକେ ନରୁଦ୍ଦିନ ଓ ଅନ୍ୟ ଦୁଇ ମହିଳା ବ୍ରାଉନସୁଗାର ବେପାରୀ ହେଲେ ଖଣ୍ଡଗିରି ଥାନା ଅଧୀନ ବେଗୁନିଆ ଅଞ୍ଚଳର ଅଜ୍ୱାରି ବିବି ଏବଂ ସଞ୍ଜିଦା ବିବି ବୋଲି ସୂଚନା ଦେଇଛି ପୋଲିସ।