ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…
ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ ଭିନେଶଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଭିନେଶ ଅଧିକ ଓଜନ ହେତୁ ଅଯୋଗ୍ୟ ଘୋଷିତ ହୋଇଥିଲେ। […] The post ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ… appeared first on Dharitri Odia News.
ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’।
ଏଥିସହିତ ସେ ଭିନେଶଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଭିନେଶ ଅଧିକ ଓଜନ ହେତୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେ ଲେଖିଛନ୍ତି,’ ‘ଏହି ଝିଅ ଏହି ସିଷ୍ଟମରେ ସିଝିଗଲେ, ଝିଅ ଯୁଦ୍ଧରେ ଲଢୁ ଲଢୁ ଥକି ଯାଇଛନ୍ତି।
ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ପରେ ଭିନେଶ ଗୁରୁବାର ସୋସିଆଲ ମିଡିଆରେ ଅବସର ଘୋଷଣା କରିଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋ’ କୁସ୍ତି ମୋ’ଠାରୁ ଜିତିଗଲା, ମୁଁ ହାରିଗଲି ‘ଦୁଃଖିତ ମୋର ସାହସ ସବୁ ଭାଙ୍ଗି ଯାଇଛି। ମୋର ବର୍ତ୍ତମାନଠାରୁ ଅଧିକ ଶକ୍ତି ନାହିଁ। ବିଦାୟ ରେସଲିଂ ୨୦୦୧-୨୦୦୪, ଆପଣଙ୍କ ପାଇଁ ସବୁଦିନ ପାଇଁ ଋଣୀ, ସରି।’ ବୋଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି।

ସେହିପରି ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶଙ୍କ ଅଯୋଗ୍ୟ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଥିଲେ, ‘ଭିନେଶ, ତୁମେ ଚାମ୍ପିୟନ। ତୁମେ ଭାରତର ଲୋକଙ୍କ ପାଇଁ ଏକ ଗର୍ବ ଏବଂ ପ୍ରେରଣା। ଆଜିର ଝଟ୍କା ମୁଁ ଇଚ୍ଛା କରେ ଶବ୍ଦଗୁଡ଼ିକ ମୁଁ ହତାଶାର ଭାବନାକୁ ପ୍ରକାଶ କରିପାରେ। ମୁଁ ଜାଣେ ତୁମେ ସାହସର ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ, ଏହିପରି ତୁମର ନେଚର। ଅଧିକ ଶକ୍ତିଶାଳୀ ହୁଅ। ଆମେ ସମସ୍ତେ ତୁମ ସହିତ ଅଛୁ।
The post ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ… appeared first on Dharitri Odia News.