ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଦେଲେ
ପୁରୀ,୨୬ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ମୋଦକ ଚୋରି ବିବାଦ ନ ଥମୁଣୁ ରଥଯାତ୍ରା ପୂର୍ବରୁ ଗୁୁରୁବାର ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଷ୍ଠୀ ବିବାଦକୁ ନେଇ ସୁଆର ସେବକ ଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଦେଇଛନ୍ତି। ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ସୁଆର ସେବକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହା ତୀବ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷ କଥା କଟାକଟି ପରେ ରୋଷଘର ଚୁଲି ଭାଙ୍ଗିଦେଇଥିଲେ। […] The post ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଦେଲେ appeared first on Dharitri Odia News.
ପୁରୀ,୨୬ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ମୋଦକ ଚୋରି ବିବାଦ ନ ଥମୁଣୁ ରଥଯାତ୍ରା ପୂର୍ବରୁ ଗୁୁରୁବାର ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଷ୍ଠୀ ବିବାଦକୁ ନେଇ ସୁଆର ସେବକ ଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଦେଇଛନ୍ତି। ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ସୁଆର ସେବକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହା ତୀବ୍ର ରୂପ ଧାରଣ କରିଥିଲା।
ଉଭୟ ପକ୍ଷ କଥା କଟାକଟି ପରେ ରୋଷଘର ଚୁଲି ଭାଙ୍ଗିଦେଇଥିଲେ। ତେବେ କେତୋଟି ଚୁଲି ଭଙ୍ଗାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିିନାହିଁ। ଏହି ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କୁ ପଚାରିବାରେ ସେ ଘଟଣାକୁ ଅସ୍ବୀକାର କରିଥିଲେ। ନାରାୟଣ କହିଥିଲେ ଯେ, ଏମିତି କିଛି ଘଟିଥିବା ମୋ’ ପାଖରେ ଖବର ନାହିଁ। ରଥଯାତ୍ରା ପାଇଁ ମୁଁ ଶ୍ରୀମନ୍ଦିର ନିଯୋଗ କାର୍ଯ୍ୟାଳୟରେ ବ୍ୟସ୍ତ ଅଛି। ତେବେ ରଥଯାତ୍ରା ସମୟରେ ଏଭଳି ଖବର ପ୍ରକାଶ କରନ୍ତୁ ନାହିଁ ବୋଲି ସେ କହିଥିଲେ। ନାରାୟଣଙ୍କ ଏଭଳି ମନ୍ତବ୍ୟରୁ ବିବାଦ ଘଟିଥିବା ପରୋକ୍ଷରେ ଇସାରା ମିଳୁଛି ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।
The post ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଦେଲେ appeared first on Dharitri Odia News.