ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ତେବେ ରୁପାଲି ‘ଅନୁପମା’ ଭଳି ଅନେକ ସୁପରହିଟ୍‌ ଧାରାବାହିକରେ ନଜର ଆସିଛନ୍ତି। ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ବି ନମ୍ବର ଓ୍ବାନ୍‌ ଶୋ’ ହୋଇ ରହିଛି। #WATCH | Actress Rupali Ganguly joins BJP at […] The post ଭାଜପାରେ ସାମିଲ ହେଲେ ‘ଅନୁପମା’ appeared first on Dharitri Odia News.

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ତେବେ ରୁପାଲି ‘ଅନୁପମା’ ଭଳି ଅନେକ ସୁପରହିଟ୍‌ ଧାରାବାହିକରେ ନଜର ଆସିଛନ୍ତି। ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ବି ନମ୍ବର ଓ୍ବାନ୍‌ ଶୋ’ ହୋଇ ରହିଛି।

ଭାଜପାରେ ଯୋଗଦାନ ନେଇ ରୁପାଲୀ କହିଛନ୍ତି, ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖୁଛି, ମୋତେ ଲାଗୁଛି ଏଥିରେ ଅଂଶୀଦାର ହେବା ଉଚିତ। ମୋତେ ଆପଣଙ୍କ ଆଶୀର୍ବାଦ ଏବଂ ସମର୍ଥନର ଆବଶ୍ୟକତା ରହିଛି, ଫଳରେ ମୁଁ ଯାହା ବି କରିବି ତାହାକୁ ଠିକ୍‌ ଏବଂ ଭଲ ଭାବେ କରିପାରେ।

ତେବେ ଚଳିତ ବର୍ଷ ଆରମ୍ଭରେ ରୁପାଲୀ ନିଜର ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ଭିଡିଓ ଶେୟାର କରିଥିଲେ।

The post ଭାଜପାରେ ସାମିଲ ହେଲେ ‘ଅନୁପମା’ appeared first on Dharitri Odia News.