ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍ସୁଇପ୍ କରିଥିଲେ। ଏହା ପରେ ସେ ୧୬ ରାଉଣ୍ଡରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ। ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଯିଏକି ଅଲିମ୍ପିକ୍ସରେ ୧୬ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟରେ ଏକ […] The post ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା appeared first on Dharitri Odia News.
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍ସୁଇପ୍ କରିଥିଲେ। ଏହା ପରେ ସେ ୧୬ ରାଉଣ୍ଡରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ। ମୋନିକା ବାତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଯିଏକି ଅଲିମ୍ପିକ୍ସରେ ୧୬ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟରେ ଏକ ବିଶେଷ କଥା ହେଲା ଯେ ମୋନିକା ବିଶ୍ୱ ର଼୍ୟାଙ୍କିଙ୍ଗରେ ୨୮ତମ ସ୍ଥାନରେ ଅଛନ୍ତି ଏବଂ ର଼୍ୟାଙ୍କିଙ୍ଗରେ ମୋନିକାଙ୍କଠାରୁ ଦଶଟି ଉପରେ ଅଛନ୍ତି ପ୍ରୀତିକା ପାୱାଡେ।
ଏହାପୂର୍ବରୁ, କୌଣସି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଅଲିମ୍ପିକ୍ସରେ ୩୨ ରାଉଣ୍ଡରୁ ଅଧିକ ଯାଇପାରି ନ ଥିଲେ। ମୋନିକା ମଧ୍ୟ ଏହି ରେକର୍ଡ ଭାଙ୍ଗିଛନ୍ତି। ଉଲ୍ଲେଖଥାଉ କି, ଟୋକିଓ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସରେ ଶରତ କମଲ ୩୨ ରାଉଣ୍ଡରେ ପହଞ୍ଚିଥିଲେ।
The post ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା appeared first on Dharitri Odia News.