ପାରାଦୀପ ପୋର୍ଟର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାରାଦୀପ ପୋର୍ଟ ଅଥରିଟି ବା ପିପିଏ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଲକ୍ଷ୍ୟଧାର୍ଯ୍ୟ ସମୟ ମଧ୍ୟରେ ଏତିହାସିକ ସଫଳତା ଲାଭ କରିଛି। ପାରାଦୀପ ପୋର୍ଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ ୧୦୦ ଦିନ ମଧ୍ୟରେ ୪୧.୧୨ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟି) କାର୍ଗୋ ହ୍ୟାଣ୍ଡେଲିଂ କରିଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ୪.୭୮% ଅଧିକ ବୋଲି ପିପିଏ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି […] The post ପାରାଦୀପ ପୋର୍ଟର ନୂଆ ମାଇଲଖୁଣ୍ଟ appeared first on Dharitri Odia News.
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାରାଦୀପ ପୋର୍ଟ ଅଥରିଟି ବା ପିପିଏ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଲକ୍ଷ୍ୟଧାର୍ଯ୍ୟ ସମୟ ମଧ୍ୟରେ ଏତିହାସିକ ସଫଳତା ଲାଭ କରିଛି। ପାରାଦୀପ ପୋର୍ଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ ୧୦୦ ଦିନ ମଧ୍ୟରେ ୪୧.୧୨ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟି) କାର୍ଗୋ ହ୍ୟାଣ୍ଡେଲିଂ କରିଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ୪.୭୮% ଅଧିକ ବୋଲି ପିପିଏ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ପୋର୍ଟ ମୋଟ ୩୯.୨୫ ଏମ୍ଏମ୍ଟି କାର୍ଗୋ ହ୍ୟାଣ୍ଡେଲିଂ କରିଥିଲା।
ଏ ସମ୍ପର୍କରେ ପିପିଏର ଅଧ୍ୟକ୍ଷ ପି.ଏଲ୍. ହରନନ୍ଦା କହିଥିଲେ, ଆମେ ଆମର ପ୍ରଥମ ଲକ୍ଷ୍ୟଧାର୍ଯ୍ୟକୁ ସଫଳତା ସହ ପୂରଣ କରିଥିବାରୁ ବେଶ୍ ଉତ୍ସାହିତ ଅଛୁ। ଏପରିକି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମେ ନୂତନ ରେକର୍ଡ ସହ ଅଭିବୃଦ୍ଧି ହାସଲ କରିଛୁ। ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବଶ୍ୟକ ସହଯୋଗ ସହିତ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁ କାର୍ଯ୍ୟ କରାଯାଉଥିବାରୁ ଆମେ ଏହି ସଫଳତା ପାଇଛୁ।
The post ପାରାଦୀପ ପୋର୍ଟର ନୂଆ ମାଇଲଖୁଣ୍ଟ appeared first on Dharitri Odia News.