ତୀର୍ଥଯାତ୍ରୀ ବସ୍ ଆକ୍ରମଣରେ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ
ନୂଆଦିଲ୍ଲୀ,୧୦ା୬: ଜମ୍ମୁ-କଶ୍ମୀରର ରେଆସିରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୯ଜଣଙ୍କ ମୃତ୍ୟୁ ଘଟିବା ସହ ୩୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ରାଜସ୍ଥାନର ଗୋଟିଏ ପରିବାରର ୪ ଜଣ ରହିଛନ୍ତି। ଏହି ଆକ୍ରମଣରେ ୩ ଜଣ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ତଲାସି ଅଭିଯାନକୁ ଜୋର୍ଦାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅନୂ୍ୟନ ୨ଜଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି […] The post ତୀର୍ଥଯାତ୍ରୀ ବସ୍ ଆକ୍ରମଣରେ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୧୦ା୬: ଜମ୍ମୁ-କଶ୍ମୀରର ରେଆସିରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୯ଜଣଙ୍କ ମୃତ୍ୟୁ ଘଟିବା ସହ ୩୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ରାଜସ୍ଥାନର ଗୋଟିଏ ପରିବାରର ୪ ଜଣ ରହିଛନ୍ତି। ଏହି ଆକ୍ରମଣରେ ୩ ଜଣ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ତଲାସି ଅଭିଯାନକୁ ଜୋର୍ଦାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅନୂ୍ୟନ ୨ଜଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାରୁ ସେମାନଙ୍କୁ ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଛି। ଆତଙ୍କବାଦୀମାନେ ଆମେରିକା ପ୍ରସ୍ତୁତ ଆସଲ୍ଟ ରାଇଫଲ୍ ଏମ୍୪ କାର୍ବାଇନ୍ ବ୍ୟବହାର କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଆତଙ୍କବାଦୀମାନେ ଡ୍ରାଇଭରଙ୍କୁ ଗୁଳି କରିବାରୁ ବସ୍ଟି ଘାଟି ତଳକୁ ଖସିପଡ଼ିଥିଲା। ସେଥିରେ ରାଜସ୍ଥାନ ସମେତ ଉତ୍ତରପ୍ରଦେଶ ଓ ଦିଲ୍ଲୀର ତୀର୍ଥଯାତ୍ରୀମାନେ ଥିଲେ। ପାକିସ୍ତାନ ସମର୍ଥତ୍ତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପର୍ଯ୍ୟଟକ ଓ ବାହାର ଲୋକଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ଏହି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ତୀର୍ଥଯାତ୍ରୀ ବସ୍ ଆକ୍ରମଣରେ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ appeared first on Dharitri Odia News.