କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ : କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହିଭଳି ଅଭବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ I ମୃତ ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ଉଭୟଙ୍କ ବୟସ ୩/୪ ମାସ ହେବ ବୋଲି ସୂଚନା ମିଳିଛି I ପିଲାମାନଙ୍କର ବାପା ମା’ଙ୍କର ନାଁ […]

ଅନୁଗୁଳ : କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହିଭଳି ଅଭବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ I ମୃତ ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ଉଭୟଙ୍କ ବୟସ ୩/୪ ମାସ ହେବ ବୋଲି ସୂଚନା ମିଳିଛି I ପିଲାମାନଙ୍କର ବାପା ମା’ଙ୍କର ନାଁ ସୁନୀଲ ସାହୁ ଓ ତପସ୍ୱିନୀ ସାହୁ I
ଘଟନାନୁସାରେ,ପିଲାମାନଙ୍କର ବାପା ସୁନୀଲ ସାହୁ ଅନୁଗୁଳ ସହରରେ ଦୋକାନ କରନ୍ତି I ସବୁଦିନ ପରି ଗତକାଲି ମଧ୍ୟ ସେ ଦୋକାନକୁ ଯାଇଥିବାବେଳେ ସନ୍ଧ୍ୟାବେଳେ ପତ୍ନୀ ତପସ୍ୱିନୀ ପିଲା ଦୁହିଁଙ୍କୁ ଘରେ ଶୁଆଇ ପାଖ ଦୋକାନକୁ ଯାଇଥିଲେ । କିଛି ସମୟ ପରେ ଘରକୁ ଆସି ପିଲାମାନେ ଘରେ ନଥିବାର ଦେଖିବାକୁ ପାଇଥିଲେ । ପରେ ଏନେଇ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁର ମୃତଦେହ ଭାସୁଥିଲା । ପରେ ସେହି କୂଆ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି ।