ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା: ବାଇକ୍‌ ଉପରେ ଚଢ଼ିଗଲା କାର୍‌, ୨ ମୃତ

ଭୁବନେଶ୍ୱର: ରାଜଧାନୀର ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣାI ରଙ୍ଗ ରୁଟ୍‌ରେ ଆସି ୨ଟି ବାଇକକୁ ଧକ୍କା ଦେଇଥିଲା ଏକ ହୁଣ୍ଡାଇ କାର୍I କେହି କିଛି ବୁଝିବା ଆଗରୁ ରାଜଭବନ ଗୋଲେଇ ଡିଭାଇଡର ଉପରେ କାର୍‌ଟି ଚଢିଯାଇଥିଲା। ତେବେ କାର ତଳେ ଗୋଟିଏ ବାଇକ୍ ରହିଯାଇଥିଲା। ଆଉ ଗୋଟିଏ ବାଇକ୍‌ ଛିଟିକି ପଡିଥିଲା। ଘଟଣାସ୍ଥଳରେ ୨ ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ତଦନ୍ତ କରୁଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗୋଟିଏ ବାଇକରେ ୩ ଜଣ ଆରୋହୀ ଥିଲେ। ସେହିପରି ଅନ୍ୟ ଏକ ବାଇକ୍‌ରେ ଜଣେ ଥିଲେ। ପ୍ରଥମେ ଜଣେ ଆରୋହୀ ଥିବା ବାଇକ୍‌କୁ ପିଟି କାର୍‌ ୩ ଆରୋହୀ ଥିବା ବାଇକ୍‌କୁ ପିଟିଥିଲା। କାର୍‌ର ସ୍ପିଡ୍‌ ଏତେ ଥିଲା ଯେ, ବାଇକ୍‌କୁ ଘୋଷାଡ଼ି ନେଇଥିଲା।  

ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା: ବାଇକ୍‌ ଉପରେ ଚଢ଼ିଗଲା କାର୍‌, ୨ ମୃତ

ଭୁବନେଶ୍ୱର: ରାଜଧାନୀର ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣାI ରଙ୍ଗ ରୁଟ୍‌ରେ ଆସି ୨ଟି ବାଇକକୁ ଧକ୍କା ଦେଇଥିଲା ଏକ ହୁଣ୍ଡାଇ କାର୍I କେହି କିଛି ବୁଝିବା ଆଗରୁ ରାଜଭବନ ଗୋଲେଇ ଡିଭାଇଡର ଉପରେ କାର୍‌ଟି ଚଢିଯାଇଥିଲା। 

ତେବେ କାର ତଳେ ଗୋଟିଏ ବାଇକ୍ ରହିଯାଇଥିଲା। ଆଉ ଗୋଟିଏ ବାଇକ୍‌ ଛିଟିକି ପଡିଥିଲା। ଘଟଣାସ୍ଥଳରେ ୨ ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ତଦନ୍ତ କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗୋଟିଏ ବାଇକରେ ୩ ଜଣ ଆରୋହୀ ଥିଲେ। ସେହିପରି ଅନ୍ୟ ଏକ ବାଇକ୍‌ରେ ଜଣେ ଥିଲେ। ପ୍ରଥମେ ଜଣେ ଆରୋହୀ ଥିବା ବାଇକ୍‌କୁ ପିଟି କାର୍‌ ୩ ଆରୋହୀ ଥିବା ବାଇକ୍‌କୁ ପିଟିଥିଲା। କାର୍‌ର ସ୍ପିଡ୍‌ ଏତେ ଥିଲା ଯେ, ବାଇକ୍‌କୁ ଘୋଷାଡ଼ି ନେଇଥିଲା।