ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ଏକାଠି ହୋଇଛନ୍ତି ବିଜେଡି-କଂଗ୍ରେସ । ବିଧାନସଭା ଗେଟ ସମ୍ମୁଖ ପାଲଟିଛି ରଣକ୍ଷେତ୍ର । ପୋଲିସ ଲଗାଇଥିବା ବ୍ୟାରିକେଡକୁ ଭାଙ୍ଗିଛନ୍ତି ବିଜେଡି ଓ କଂଗ୍ରେସ । ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଭାରତ ବର୍ଷରେ ଏହା […] The post ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ… appeared first on Dharitri Odia News.

ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ଏକାଠି ହୋଇଛନ୍ତି ବିଜେଡି-କଂଗ୍ରେସ । ବିଧାନସଭା ଗେଟ ସମ୍ମୁଖ ପାଲଟିଛି ରଣକ୍ଷେତ୍ର । ପୋଲିସ ଲଗାଇଥିବା ବ୍ୟାରିକେଡକୁ ଭାଙ୍ଗିଛନ୍ତି ବିଜେଡି ଓ କଂଗ୍ରେସ ।

ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ଋଷିଆ-ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ ପରିସ୍ଥିତି ଦେଖାଦେଲା । କଂଗ୍ରେସ ଏକ ଛୋଟ ଦାବି ରଖିଲା ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ । ବିବୃତି ରଖିଦେଲେ ବେଦ ଅଶୁଦ୍ଧ ହୋଇନଥାନ୍ତା । ଗୃହ କମିଟି ଗଠନ କରିବାକୁ ସରକାର ସହମତ ହେଲେନି ।

ଏହି ସରକାର ପୁରା ଅଗଣତାନ୍ତ୍ରିକ, ପୁରା ଏକଛତ୍ରବାଦୀ। ଏମାନେ ଆଇନ କାନୁନ୍‌ ଧୂଳିସାତ୍‌ କରିଛନ୍ତି। ବିଧାନସଭା ଭିତରେ ପୋଲିସ ପୁରେଇକି କାଲି କଂଗ୍ରେସ ବିଧାୟକ ଓ ଆଜି ବିଜେଡି ବିଧାୟକଙ୍କ ପ୍ରତି ଅତ୍ୟାଚାର କରିଛନ୍ତି। ଆମେ ଆଜି ୨ଟି ଦାବି ନେଇ ପ୍ରତିବାଦ କରୁଛୁ। ପ୍ରଥମ SC ST ଓବିସିର ସରଳୀକରଣ ଦାବି କରୁଛୁ। ଏଥିସହ ସେ ଗତକାଲି କାହିଁକି ବିଧାନସଭା ଭିତରେ ପୋଲିସ ପଶେଇଲେ ଉତ୍ତର ରଖନ୍ତୁ। ବିଧାନସଭା ଅପବିତ୍ର କରିଛନ୍ତି। ଯାହା ହେବ ଦେଖାଯିବ। ଯେତେବେଳେ ତୂରୀ ଘଣ୍ଟ ବାଜିଲା ସେତେବେଳେ ସାଙ୍ଗେ ସାଙ୍ଗ ଆକ୍ସନ ନେଲେନାହିଁ କାହିଁକି । ବିଧାନସଭା କାର୍ଯ୍ୟ ବନ୍ଦ କରି ରଖିଲେ କାହିଁକି । ନପାରିଲା ପଣିଆ ହେଉ କି ଅଭିଜ୍ଞତା ନଥିବା ପାଇଁ ଆଜି ଏ ଅବସ୍ଥା । ପ୍ରସଙ୍ଗ ବଦଳାଇବା ପାଇଁ ସରକାର ଗୃହ ଚଳାଇ ଦେଉ ନାହାନ୍ତି । ଏ ସରକାର ରହିବନି । ସରକାର 9 ମାସରେ ଢେଲା ମାଡ଼ ଖାଇଲେଣି ।

 

The post ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ… appeared first on Dharitri Odia News.