ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍ସାରରେ ମିଳିଲାନି ରକ୍ତ
ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍ସାର ରକ୍ତଭଣ୍ଡାରରେ ଉକ୍ତ ବର୍ଗର ରକ୍ତ ନ ଥିଲା। ଫଳରେ ରକ୍ତ ଯୋଗାଡ଼ ପାଇଁ ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଏ ସମ୍ପର୍କରେ ଖବରପାଇ ସମ୍ବଲପୁରର କେତେଜଣ ସାମାଜିକ କର୍ମୀ ସ୍ବେଚ୍ଛାକୃତ ରକ୍ତଦାନ […] The post ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍ସାରରେ ମିଳିଲାନି ରକ୍ତ appeared first on Dharitri Odia News.
ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍ସାର ରକ୍ତଭଣ୍ଡାରରେ ଉକ୍ତ ବର୍ଗର ରକ୍ତ ନ ଥିଲା। ଫଳରେ ରକ୍ତ ଯୋଗାଡ଼ ପାଇଁ ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଏ ସମ୍ପର୍କରେ ଖବରପାଇ ସମ୍ବଲପୁରର କେତେଜଣ ସାମାଜିକ କର୍ମୀ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରବିବାର ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ପ୍ରାଥମିକସ୍ତରରେ ତାଙ୍କ ପାଇଁ ଆବଶ୍ୟକ ‘ଓ’ ପଜିଟିଭ୍’ ବର୍ଗର ୪ ୟୁନିଟ୍ ରକ୍ତ ଦାନ କରିଛନ୍ତି। ରବିବାର ପ୍ରସୂତିଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇ ଅବଶିଷ୍ଟ ରକ୍ତକୁ ପର୍ଯ୍ୟାୟକ୍ରମେ ପ୍ରଦାନ କରିବାକୁ ଭିମ୍ସାର ରକ୍ତଭଣ୍ଡାରରେ ରଖାଯାଇଛି। ଆବଶ୍ୟକ ହେଲେ ଆଗକୁ ଆହୁରି ରକ୍ତ ଯୋଗାଇଦେବାକୁ ସାମାଜିକ କର୍ମୀମାନେ ଯବାନଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାନୁଯାୟୀ, ଭାରତୀୟ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ରେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ଟେଙ୍ଗନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଗତ ଏପ୍ରିଲ୍ ୨୮ ତାରିଖରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁକନ୍ୟା ଜନ୍ମ ପରେ ସେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିଥିଲେ। ତେଣୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଦେବରାଜ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଏପ୍ରିଲ ୨୯ ତାରିଖରେ ଭିମ୍ସାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଜରୁରିକାଳୀନ ପରିସ୍ଥିତିରେ କର୍ମକ୍ଷେତ୍ରରୁ ଡାକରା ପାଇବାରୁ ଦେବରାଜ ଶନିବାର ଅରୁଣାଚଳ ପ୍ରଦେଶ ସୀମାକୁ ପ୍ରସ୍ଥାନ କରିଛନ୍ତି। ଅପରପକ୍ଷରେ ଯବାନଙ୍କ ସ୍ତ୍ରୀଙ୍କ ଅବସ୍ଥା ପୂର୍ବଭଳି ଜଟିଳ ରହିଛି ଓ ସେ ବର୍ତ୍ତମାନ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭିମ୍ସାର ରକ୍ତଭଣ୍ଡାର ଇନଚାର୍ଜ ଡା. ଅନୁପା ଟପ୍ପୋ କହିଛନ୍ତି, ରକ୍ତ ପାଇଁ ଯବାନଙ୍କ ପରିବାର ପକ୍ଷରୁ କେହି ତାଙ୍କୁ ଯୋଗାଯୋଗ କରି ନ ଥିଲେ। ତେବେ ଭିମ୍ସାର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। ‘ଓ’ ପଜିଟିଭ ବର୍ଗର ରକ୍ତ ଆଦୌ ନ ଥିବାବେଳେ ଜରୁରିକାଳୀନ ଆବଶ୍ୟକତା ପାଇଁ ଅନ୍ୟବର୍ଗର ଅଳ୍ପକିଛି ରକ୍ତ ରହିଛି।
The post ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍ସାରରେ ମିଳିଲାନି ରକ୍ତ appeared first on Dharitri Odia News.