ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି
ଛତ୍ରପୁର,୧୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଥିବା ଗୋପାଳପୁର ପୋର୍ଟ ଓ ଆଇଆରଇଏଲ ପ୍ଲାଣ୍ଟରେ ସ୍ଥାନୀୟ ଚାଳକମାନଙ୍କୁ ନିଯୁକ୍ତି ଦେବାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏକ ବୈଠକରେ ମା’ ବିରସିଂ ଚାଳକ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବାରମ୍ବାର ଜ଼ିଲାପାଳ, ପୋର୍ଟ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ମାସକ ମଧ୍ୟରେ ୬ ଦଫା ଦାବି ପୂରଣ ନ […] The post ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି appeared first on Dharitri Odia News.
ଛତ୍ରପୁର,୧୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଥିବା ଗୋପାଳପୁର ପୋର୍ଟ ଓ ଆଇଆରଇଏଲ ପ୍ଲାଣ୍ଟରେ ସ୍ଥାନୀୟ ଚାଳକମାନଙ୍କୁ ନିଯୁକ୍ତି ଦେବାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏକ ବୈଠକରେ ମା’ ବିରସିଂ ଚାଳକ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବାରମ୍ବାର ଜ଼ିଲାପାଳ, ପୋର୍ଟ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ମାସକ ମଧ୍ୟରେ ୬ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ସଙ୍ଘର ପରାମର୍ଶଦାତା ଏନ. ଭୀମରାଜ ରେଡ୍ଡୀ ସୂଚନା ଦେଇଛନ୍ତି।
ଉଭୟ ଶିଳ୍ପରେ ବହୁ ଆଉଟସୋର୍ସିଂ ସଂସ୍ଥା ନିୟୋଜିତ ହୋଇଛନ୍ତି ଉଭୟ ସଂସ୍ଥା ଓ କମ୍ପାନୀ ଉଭୟଙ୍କୁ ଏଥିପାଇଁ ଦୋଷ ଦେଉଛନ୍ତି। ଫଳରେ ବାହାର ରାଜ୍ୟର ଶତାଧିକ ଲୋକେ ଉକ୍ତ ୨ କମ୍ପାନୀରେ ଚାଳକ ଭାବେ କାମ କରୁଛନ୍ତି। ଅନୁଷ୍ଠିତ ବୈଠକରେ ସଙ୍ଘର ସଭାପତି ସୁମିତ୍ର ବେହେରା, ସଂପାଦକ ସୀତାରାମ ଗୌଡ଼, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ମଙ୍ଗଳା ପାତ୍ର, ସନ୍ତୋଷ କୁମାର ବେହେରା, ପ୍ରମୋଦ କୁମାର ବେହେରା, ଆଶିଷ କୁମାର ବେହେରା ଡା. ନିରଞ୍ଜନ ପାଣିଗ୍ରାହୀ, ଶ୍ରମିକ ନେତା ଆଇନଜୀବୀ ସୂର୍ଯ୍ୟନାରାୟଣ ମହାପାତ୍ର, ଟ୍ରେଡ ୟୁନିୟନ ମାର୍ଗଦର୍ଶକ ବସନ୍ତ କୁମାର ପଟ୍ଟନାୟକ, ଆଇନଜୀବୀ ଅଜିତ ହୋତା, ଲାଲମୋହନ ପଟ୍ଟନାୟକ, ଆଇନଜୀବି ଆଦିତ୍ୟ ନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ବ୍ୟବସାୟୀ ମହାସଂଘ ଉପଦେଷ୍ଟା, ମହାନଗର ନିଗମ ପୂର୍ବତନ କଂଗ୍ରେସ ସଭାପତି ଓ ଗଞ୍ଜାମ ବ୍ଳକ ପୂର୍ବତନ ଚେୟାରମେନ ଏନ. ଭୀମରାଜୁ ରେଡୀ ଏବଂ ବିଶିଷ୍ଠ ସମାଜସେବୀ ସାଗର ମହାଙ୍କୁଡ଼ ଅଂଶଗ୍ରହଣ କରିଥିଲେ।
The post ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି appeared first on Dharitri Odia News.