ରାଶିଫଳ: ଶନିବାର, ଜୁନ୍‌ ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଉତ୍ତରଭାଦ୍ରବ ନକ୍ଷତ୍ରରେ ଥିବାରୁ ଶନିଙ୍କ ପ୍ରଭାବରେ ବିଚାର ବିଗିଡ଼ିଯିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇ ପସ୍ତେଇବେ। କର୍ମକ୍ଷେତ୍ରରେ ଉନ୍ନତି ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧି ଘଟିବ। ବିବାଦୀୟ ପରିସ୍ଥିତିରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବୃଷ ରାଶ୍ୟାଧିପତି ଶୁକ୍ର ଅନ୍ୟତିନୋଟିଗ୍ରହ ସହ ଥିବାରୁ ସାମାଜିକ ସମ୍ମାନ ସହ ବ୍ୟକ୍ତିତ୍ୱର ବିକାଶ ଘଟିବ। କଳା, ସାହିତ୍ୟ, ସଙ୍ଗୀତ ରୁଚି […] The post ରାଶିଫଳ: ଶନିବାର, ଜୁନ୍‌ ୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର, ଜୁନ୍‌ ୧ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର ଉତ୍ତରଭାଦ୍ରବ ନକ୍ଷତ୍ରରେ ଥିବାରୁ ଶନିଙ୍କ ପ୍ରଭାବରେ ବିଚାର ବିଗିଡ଼ିଯିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇ ପସ୍ତେଇବେ। କର୍ମକ୍ଷେତ୍ରରେ ଉନ୍ନତି ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧି ଘଟିବ। ବିବାଦୀୟ ପରିସ୍ଥିତିରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ରାଶ୍ୟାଧିପତି ଶୁକ୍ର ଅନ୍ୟତିନୋଟିଗ୍ରହ ସହ ଥିବାରୁ ସାମାଜିକ ସମ୍ମାନ ସହ ବ୍ୟକ୍ତିତ୍ୱର ବିକାଶ ଘଟିବ। କଳା, ସାହିତ୍ୟ, ସଙ୍ଗୀତ ରୁଚି ସହ ବିଳାସପୂର୍ଣ୍ଣ ଘର, ଗାଡ଼ି, ପାଇଁ ମନ ବଳାଇବେ। ପାପଯୁକ୍ତ ଚନ୍ଦ୍ର କୌଣସି ବନ୍ଧୁ ଦ୍ୱାରା ବିବାଦୀୟ ସମସ୍ୟା ସୃଷ୍ଟି କରିପାରେ। ବନ୍ଧୁଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧ ଓ ଶୁକ୍ର ଦ୍ୱାଦଶସ୍ଥ ହୋଇ ଚତୁର୍ଥସ୍ଥାନକୁ ଦୃଷ୍ଟି ଦେଉଥିବାରୁ ସଂଘର୍ଷ କରି ଅଭିଳାଷ ପୂରଣ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିପାରନ୍ତି। କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତିଷ୍ଠାର୍ଜନ ସହ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
କର୍କଟ
କର୍କଟ
କର୍ମାଧିପ ପାପଗ୍ରହ ସଂଯୋଗରୁ କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ମନର ବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାମରେ ଟେନସନ୍‌ ଦୂର ହେବ। ଶିଳ୍ପ, ବାଣିଜ୍ୟରେ କ୍ଷତିର ଭରଣା କରିପାରିବେ ନାହିଁ।
ସି˚ହ
ସି˚ହ
ରବି ସହ ବୃହସ୍ପତିଙ୍କ ସମ୍ବନ୍ଧରୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇବା ସହ ଉପରିସ୍ଥଙ୍କ ପ୍ରୀତିଭାଜନ ହେବେ। ବନ୍ଧୁଙ୍କ ସହ ଟଙ୍କା, ପଇସା କାରବାର କିମ୍ବା ବିବାଦୀୟ ମନ୍ତବ୍ୟକୁ ନେଇ କଳହର ଆଶଙ୍କା ରହିଛି। ବ୍ୟବସାୟ ଓ ପରିବହନରେ ଝଗଡ଼ା କିମ୍ବା ଯାତ୍ରା ସ୍ଥଗିତ ରହିଯାଇପାରେ।
କନ୍ୟା
ରାଶିକୁ ଏକାଧିକଗ୍ରହଙ୍କ ଦୃଷ୍ଟି ଦୁଃଖଦସ୍ଥିତିକୁ ଦମନ କରାଇବାର ଭୂମିକା ଗ୍ରହଣ କରିପାରନ୍ତି। ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ଜଣେ ଉଦାରମନା ବ୍ୟକ୍ତି ଅନାହୂତ ଭାବେ ସାହାଯ୍ୟ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସ୍ତ୍ରୀଙ୍କ ସହ ମତଭେଦର ସୂଚନା ମଧ୍ୟ ରହିଛି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ଧନାଧିପ ଦୁଃସ୍ଥାନସ୍ଥ ହେତୁ ଯେତେକି ଆଶା କରୁଥିଲେ ନ ପାଇବାରୁ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇବ। ବ୍ୟାଙ୍କ କିମ୍ବା ସରକାରୀ ସ୍ତରରୁ ଋଣ ପାଇବାରେ ଆଜିର ଗ୍ରହସ୍ଥିତି ସାହାଯ୍ୟ କରିବ। ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି, ଯାତ୍ରାରେ ସଫଳତା ଓ ନିର୍ମାଣରେ ପ୍ରତିବନ୍ଧକ ଦୂର ହେବ।
ବିଛା
ବିଛା
ରାହୁ ଯୁକ୍ତ ଚନ୍ଦ୍ର ଓ ମଙ୍ଗଳ ହେତୁ ଏକାଧାରେ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିନପାରେ। ପାରିବାରିକ ସମସ୍ୟା ଊଣା ହେବା ବଦଳରେ ଉଦ୍‌ବେଗଜନକ ହୋଇପାରେ। ଆର୍ଥିକ ପରିସ୍ଥିତି ସେତେଟା ମନ୍ଦ ହେବନି ଓ ଆଶା କରିଥିବା କାମରେ ସଫଳ ହେବେ। ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ ସମସ୍ୟାବହୁଳ ହୋଇପାରେ।
ଧନୁ
ଧନୁ
ଭାଗ୍ୟାଧିପତି ଷଷ୍ଠସ୍ଥ ଯୋଗୁ ଚେଷ୍ଟା କରୁଥିବା କାମ ପାଇଁ ପ୍ରତିବନ୍ଧକ ହେତୁ ମନସ୍ତାପ କରିପାରନ୍ତି। ପରିସ୍ଥିତିକୁ ସରଳ କରିବାକୁ ଯାଇ ଓଲଟା କାମ କରି ଅପ୍ରିୟତା ଅର୍ଜନ କରିବେ। ଅବଶ୍ୟ ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଗ୍ରହଙ୍କ ପ୍ରତିକୂଳତାରୁ ପରିବାରରେ, ବ୍ୟବସାୟରେ ଭାଗୁଆଳି, ଯାତ୍ରା ସମୟରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଶୁକ୍ରଙ୍କ ସୁପ୍ରଭାବରୁ ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ମିଳିବ। ଅଧିକ ପାଇବା ଆଶାରେ ନିଜଲୋକ ଧୋକା ଦେଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
କୁମ୍ଭ
କୁମ୍ଭ
ଅଶୁଭଗ୍ରହଙ୍କ କୁପ୍ରଭାବରେ ସବୁ ଦିଗରୁ ଖରାପ ପରିସ୍ଥିତି ଲାଗି ରହିଥିବା ହେତୁ ମନ ଭଲ ରହିବ ନାହିଁ। ବାରମ୍ବାର ବିଭିନ୍ନ କଥାକୁ ମନେ ପକାଇ ଅଶାନ୍ତ ରହିବେ। ବହୁତ ପୂର୍ବରୁ ସ୍ଥିରୀକୃତ ଦୂର ଯାତ୍ରା ପାଇଁ ମନ ନିଜକୁ ପ୍ରସ୍ତୁତ କରିପାରନ୍ତି। ପଡ଼ୋଶୀମାନେ କଣ୍ଟାବାଡରେ ଲୁଗାଛାଟି କଳହ କରିବା ପରି କାମ କରିପାରନ୍ତି ।
ମୀନମୀନ

ରାଶିରେ ରାହୁ ସହ ମଙ୍ଗଳ ଥିବାରୁ ଶତ୍ରୁତା କରୁଥିବା ଲୋକମାନେ ପଛରେ ବହୁତ କଥା କହିବେ ସିନା ମୁହଁ ସାମନାରେ କହିପାରିବେ ନାହିଁ। ଆର୍ଥିକ ସ୍ଥିତି ମଜ୍‌ଭୁତ୍‌ ରହିବା ସହ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ।

The post ରାଶିଫଳ: ଶନିବାର, ଜୁନ୍‌ ୧ ତାରିଖ – Daily Horoscope appeared first on Dharitri Odia News.