ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ

ଛେଣ୍ଡିପଦା,୨୯ା୩ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ବିଜୟୀ ହୋଇଛନ୍ତି। ସେ ୨ ଖଣ୍ଡ ଭୋଟରେ ନଗେନ ନନ୍ଦଙ୍କୁ ପରାସ୍ତ କରିଛନ୍ତି। ଉପସଭାପତି ଭାବେ ବିଜୟ କୁମାର ବେହେରା ବିଜୟୀ ହୋଇଛନ୍ତି। ସେ ୩ଖଣ୍ଡ ଭୋଟରେ ପ୍ରଶାନ୍ତ କୁମାର ସାହୁଙ୍କୁ ପରାସ୍ତ କରିଛନ୍ତି। ଅଶୋକ କୁମାର ଦ୍ବିବେଦୀ ୨ ଖଣ୍ଡ ଭୋଟରେ ସଞ୍ଜୟ କୁମାର ବେହେରାଙ୍କୁ ପରାସ୍ତ କରି ସାଧାରଣ ସମ୍ପାଦକ ଭାବେ […] The post ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ appeared first on Dharitri Odia News.

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ

ଛେଣ୍ଡିପଦା,୨୯ା୩ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ବିଜୟୀ ହୋଇଛନ୍ତି। ସେ ୨ ଖଣ୍ଡ ଭୋଟରେ ନଗେନ ନନ୍ଦଙ୍କୁ ପରାସ୍ତ କରିଛନ୍ତି। ଉପସଭାପତି ଭାବେ ବିଜୟ କୁମାର ବେହେରା ବିଜୟୀ ହୋଇଛନ୍ତି। ସେ ୩ଖଣ୍ଡ ଭୋଟରେ ପ୍ରଶାନ୍ତ କୁମାର ସାହୁଙ୍କୁ ପରାସ୍ତ କରିଛନ୍ତି। ଅଶୋକ କୁମାର ଦ୍ବିବେଦୀ ୨ ଖଣ୍ଡ ଭୋଟରେ ସଞ୍ଜୟ କୁମାର ବେହେରାଙ୍କୁ ପରାସ୍ତ କରି ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ସହ ସମ୍ପାଦକ ଭାବେ ବିଦ୍ୟାଧର ବେହେରା ନିର୍ବାଚିତ ହୋଇଛନ୍ତି। ସେ ଦୀପକ କୁମାର ମାଝୀଙ୍କ ଠାରୁ ୬ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ଚଳିତ ନିର୍ବାଚନରେ ସାଂସ୍କୃତିକ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ କେହି ନାମାଙ୍କନ ଭରି ନ ଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ, ପ୍ରଭାତ କୁମାର ବେହେରା ଓ ଅଜୟ ବେହେରା ନିର୍ବାଚନ ପରିଚାଳନା କରିଥିଲେ। ୫୦ଜଣ ସଦସ୍ୟ ମତଦାନ କରିଥିବା ବେଳେ ଉପସଭାପତି ପଦବୀରେ ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଗଡ଼ନାୟକ ସୂଚନା ଦେଇଛନ୍ତି।

The post ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ appeared first on Dharitri Odia News.