ସୋସିଆଲ୍ ମିଡିଆରେ ମନମୋହନ କାହିଁକି ହେଲେ ଟ୍ରୋଲ୍ର ଶିକାର ? ପୁଣି ଆସିଲା କି ଦିଲ୍ଲୀରୁ ଡାକରା ?
ଭୁବନେଶ୍ୱର: ସକାଳେ ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରେସ୍କୁ କହିଲେ ବିଜେପି ଏକାକୀ ଗଢିବ ସରକାର । ତା' ପରେ କିଛି ରାଜ୍ୟ ନେତାଏ ବି କହିଦେଲେ ମେଣ୍ଟ ହେବନି । ୨୦୨୪ ପାଇଁ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ମନମୋହନଙ୍କ ଦିଲ୍ଲୀ ଫେରନ୍ତା ବୟାନ ଟ୍ୱିଷ୍ଟ ଦେଇଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ରୋଚକ ରିଆକ୍ସନ । ମନମୋହନ ଏକ୍ସରେ ଏକ ଲେଖା ପୋଷ୍ଟ କରି ତାକୁ କିଛି ସମୟ ପରେ ଡିଲିଟ୍ କରିଦେଲେ । ଏଇଠୁ ହିଁ ଆରମ୍ଭ ହେଲା, ଆଉ ଏକ ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚାକୁ ମନମୋହନଙ୍କ ବକ୍ତବ୍ୟ ଥମେଇ ଥିବା ବେଳେ ତାଙ୍କ ଏକ୍ସ ପୋଷ୍ଟ ଡିଲିଟ୍ ପୁଣି ଥରେ ମେଣ୍ଟ ଚର୍ଚ୍ଚାକୁ ବଢାଇ ଦେଇଛି । ମନମୋହନ ଏକ୍ସ ପୋଷ୍ଟକୁ ଡିଲିଟ୍ କରିଥିଲେ ମଧ୍ୟ ଏବେ ବି ତାର ସ୍କ୍ରିନ୍ସଟ୍ ଭାଇରାଲ୍ ହେଉଛି । ଯେଉଁଥି ପାଇଁ ମନମୋହନ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲିଂ ହେଉଛନ୍ତି । ଏମିତି ବେଳେ ଆଜି ଅର୍ଥାତ୍ ଗୁରୁବାର ସଂଧ୍ୟାରେ ପୁଣି ଥରେ ମନମୋହନ ଦିଲ୍ଲୀ ଯିବେ ବୋଲି ଖବର ଆସିଲାଣି । ଯଦିଓ ଏହା ନିର୍ଦ୍ଦିଷ୍ଟ ବୋଲି କେହି ଦାବି କରୁନାହାନ୍ତି କିନ୍ତୁ ଚର୍ଚ୍ଚାକୁ ଏହା ଖୋରାକ ଯୋଗାଇଛି ।ମନମୋହନ କାହିଁକି ଏକ୍ସ ପୋଷ୍ଟକୁ ଡିଲିଟ୍ କଲେ ? ସେ ସେଥିରେ କ'ଣ ଏମିତି ଲେଖିଥିଲେ ? ଏକ୍ସ ପୋଷ୍ଟ ଡିଲିଟ୍ ପାଇଁ ବିଜେପି ସଭାପତିଙ୍କୁ ନିର୍ଦ୍ଦେଶ ଆସିଲା କି ? କିଛି ଚାପ କିମ୍ୱା ପ୍ରତିକ୍ରିୟା ତାଙ୍କୁ ଏକ୍ସ ପୋଷ୍ଟ ଡିଲିଟ୍ କ
ଭୁବନେଶ୍ୱର: ସକାଳେ ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରେସ୍କୁ କହିଲେ ବିଜେପି ଏକାକୀ ଗଢିବ ସରକାର । ତା' ପରେ କିଛି ରାଜ୍ୟ ନେତାଏ ବି କହିଦେଲେ ମେଣ୍ଟ ହେବନି । ୨୦୨୪ ପାଇଁ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ମନମୋହନଙ୍କ ଦିଲ୍ଲୀ ଫେରନ୍ତା ବୟାନ ଟ୍ୱିଷ୍ଟ ଦେଇଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ରୋଚକ ରିଆକ୍ସନ । ମନମୋହନ ଏକ୍ସରେ ଏକ ଲେଖା ପୋଷ୍ଟ କରି ତାକୁ କିଛି ସମୟ ପରେ ଡିଲିଟ୍ କରିଦେଲେ । ଏଇଠୁ ହିଁ ଆରମ୍ଭ ହେଲା, ଆଉ ଏକ ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚାକୁ ମନମୋହନଙ୍କ ବକ୍ତବ୍ୟ ଥମେଇ ଥିବା ବେଳେ ତାଙ୍କ ଏକ୍ସ ପୋଷ୍ଟ ଡିଲିଟ୍ ପୁଣି ଥରେ ମେଣ୍ଟ ଚର୍ଚ୍ଚାକୁ ବଢାଇ ଦେଇଛି । ମନମୋହନ ଏକ୍ସ ପୋଷ୍ଟକୁ ଡିଲିଟ୍ କରିଥିଲେ ମଧ୍ୟ ଏବେ ବି ତାର ସ୍କ୍ରିନ୍ସଟ୍ ଭାଇରାଲ୍ ହେଉଛି । ଯେଉଁଥି ପାଇଁ ମନମୋହନ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲିଂ ହେଉଛନ୍ତି । ଏମିତି ବେଳେ ଆଜି ଅର୍ଥାତ୍ ଗୁରୁବାର ସଂଧ୍ୟାରେ ପୁଣି ଥରେ ମନମୋହନ ଦିଲ୍ଲୀ ଯିବେ ବୋଲି ଖବର ଆସିଲାଣି । ଯଦିଓ ଏହା ନିର୍ଦ୍ଦିଷ୍ଟ ବୋଲି କେହି ଦାବି କରୁନାହାନ୍ତି କିନ୍ତୁ ଚର୍ଚ୍ଚାକୁ ଏହା ଖୋରାକ ଯୋଗାଇଛି ।
ମନମୋହନ କାହିଁକି ଏକ୍ସ ପୋଷ୍ଟକୁ ଡିଲିଟ୍ କଲେ ? ସେ ସେଥିରେ କ'ଣ ଏମିତି ଲେଖିଥିଲେ ? ଏକ୍ସ ପୋଷ୍ଟ ଡିଲିଟ୍ ପାଇଁ ବିଜେପି ସଭାପତିଙ୍କୁ ନିର୍ଦ୍ଦେଶ ଆସିଲା କି ? କିଛି ଚାପ କିମ୍ୱା ପ୍ରତିକ୍ରିୟା ତାଙ୍କୁ ଏକ୍ସ ପୋଷ୍ଟ ଡିଲିଟ୍ କରିବାକୁ ବାଧ୍ୟ କଲା କି ? ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଗତ ପ୍ରାୟ ଏକ ମାସ ଧରି ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଥିବା ବେଳେ ଦୁଇ ଦଳର ତୁଙ୍ଗ ନେତୃତ୍ୱ ଉପରେ କେବଳ ରାଜନୀତିକ ପର୍ଯ୍ୟବେକ୍ଷକ, ବିରୋଧୀ କଂଗ୍ରେସ, କିମ୍ୱା ଦଳୀୟ ନେତା ଓ କର୍ମୀଙ୍କ ନଜର ନୁହେଁ ସାରା ରାଜ୍ୟର ସାଧାରଣ ଲୋକେ ବି ଉତ୍ସୁକ । ପ୍ରତିଦିନ ଛାପା ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ସହ ସୋସିଆଲ୍ ମିଡିଆରେ କେତେ କେତେ ଖବର । ସବୁ ଆଶା-ଆଶଂକା-ଅନୁମାନ ଆଧାରିତ । ଗୁଜବ ବୋଲି ମଧ୍ୟ ଅନେକ ଲେଖୁଛନ୍ତି । କିନ୍ତୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ବିଭିନ୍ନ ଘଟଣାକ୍ରମ, ବିଜେଡିର ନିରବତା ସାଙ୍ଗକୁ ବିଜେପିର ଧାଁ ଦୌଡ଼, ଜାତୀୟ ଗଣମାଧ୍ୟମରେ ଖବର ଆଦି ମେଣ୍ଟ ଚର୍ଚ୍ଚାକୁ ଆଲୋଚନାର ଶିଖରରେ ରଖିଛି । ଗୁରୁବାର ସକାଳେ ମନମୋହନ ଦିଲ୍ଲୀରୁ ଫେରି ଦେଇଥିବା ମନ୍ତବ୍ୟ ଏହାକୁ ବଢାଇ ଦେଇଛି ।
ଯଦିଓ ଏକ୍ସ ପୋଷ୍ଟକୁ ମନମୋହନ ଡିଲିଟ୍ କରିଛନ୍ତି, କିନ୍ତୁ ସୋସିଆଲ୍ ମିଡିଆରେ ଥିବା ସ୍କ୍ରିନସଟରୁ ଜଣାପଡ଼ିଛି ସେ ଲେଖିଥିଲେ, ‘ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ । ଏଥର ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟିତ୍ୱ ନେଇ ଏବି ନିର୍ବାଚନ ଲଢିବେ ଏବଂ ସରକାର ଗଠନ କରିବେ’।
ଭାଇରାଲ ହେଉଥିବା ସ୍କ୍ରିନସଟ୍
କିନ୍ତୁ ଏହାକୁ ସେ କାହିଁକି ଡିଲିଟ୍ କଲେ ? ପୁଣି ସଂଧ୍ୟାରେ ସେ ସତରେ କଣ ଦିଲ୍ଲୀ ଯିବେ ? ଦିଲ୍ଲୀରୁ ଡକାରା ଆସିଛି କି ? ଯଦିଓ ଗୁରୁବାର ରାତିରେ ଏନଡିଏ ସହଯୋଗୀ ଦଳଙ୍କର ରାତ୍ରି ଭୋଜନ ବୈଠକର ଖବର କିଛି ଗଣମାଧ୍ୟମରେ ଆସିଛି । କିନ୍ତୁ ମନମୋହନ କାହିଁକି ଯିବେ ତାହା ଅସ୍ପଷ୍ଟ ରହିଛି । ଯାହାବି ହେଉ ମନମୋହନଙ୍କ ବକ୍ତବ୍ୟ, ଏକ୍ସ ପୋଷ୍ଟ ଡିଲିଟ୍, ସମ୍ଭାବ୍ୟ ଦିଲ୍ଲୀ ଗସ୍ତ ଖବର, ଭୁବନେଶ୍ୱର ସାଂସଦଙ୍କ ପ୍ରତିକ୍ରିୟା ଇତ୍ୟାଦି ଇତ୍ୟାଦି ଘଟଣା ମେଣ୍ଟ ଚର୍ଚ୍ଚାର ଖବରକୁ ସକ୍ରିୟ ରଖିବାକୁ ଖୋରାକ ହୋଇଛି ।