RCB ବୋଲରଙ୍କ ଘାତକ ବୋଲିଂ, ୧୦୧ ରନରେ ଆଣ୍ଠେଇଲା PBKS
ଚଣ୍ଡିଗଡ଼: ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ। ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଘାତକ ବୋଲିଂକୁ ସାମ୍ନା କରି ପାରି ନ ଥିଲା ପଞ୍ଜାବ। ଫଳରେ ଦଳ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଛି। ଜୋଶ ହେଜେଲଉଡ ଓ ସୁୟଶ ଶର୍ମା ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ପଞ୍ଜାବର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଛନ୍ତି। ମାତ୍ର ତିନି ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ମାର୍କସ ଷ୍ଟୋଇନିସ ସର୍ବାଧିକ ୨୬ ରନ କରିଛନ୍ତି। ଏହି ମ୍ୟାଚ୍ ଜିତିବା ଦଳ ସିଧାସଳକ ଆଇପିଏଲ୍ ୨୦୨୫ର ଫାଇନାଲ୍ରେ ପ୍ରବେଶ କରିବ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସ୍ଵପ୍ନରେ କେବେ ଭାବି ନ ଥିବ ଯେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ଦଳର ସ୍ଥିତି ଏମିତି ହେବ। ଦଳ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ବ୍ୟାଟିଂ ତାସପତା ପରି ଭୁଶୁଡ଼ି ପଡ଼ିଥିଲା। କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ସ୍ଥିତି ଏମିତି ଯେ ପଞ୍ଜାବର କେବଳ ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାର୍କସ ଷ୍ଟୋଇନିସ ୨୬ ରନ, ପ୍ରଭସିମରନ ସିଂ ୧୮ ରନ ଓ ଅଜମତୁଲ୍ଲା ଉମରଜାଇ ୧୮ ରନ କରି ପାରିଥିଲେ। ଅଧିନାୟକ ଶ୍ରେୟସ ଆୟର ୨ ରନ କରି ନିରାଶ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ୭ ରନ, ଜୋଶ ଇଙ୍ଗ୍ଲିସ ୪ ରନ, ନେହଲ ଓ୍ଵଧେରା ୮ ରନ ଓ ଶଶାଙ୍କ ସ
ଚଣ୍ଡିଗଡ଼: ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ। ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଘାତକ ବୋଲିଂକୁ ସାମ୍ନା କରି ପାରି ନ ଥିଲା ପଞ୍ଜାବ। ଫଳରେ ଦଳ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଛି। ଜୋଶ ହେଜେଲଉଡ ଓ ସୁୟଶ ଶର୍ମା ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ପଞ୍ଜାବର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଛନ୍ତି। ମାତ୍ର ତିନି ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ମାର୍କସ ଷ୍ଟୋଇନିସ ସର୍ବାଧିକ ୨୬ ରନ କରିଛନ୍ତି। ଏହି ମ୍ୟାଚ୍ ଜିତିବା ଦଳ ସିଧାସଳକ ଆଇପିଏଲ୍ ୨୦୨୫ର ଫାଇନାଲ୍ରେ ପ୍ରବେଶ କରିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସ୍ଵପ୍ନରେ କେବେ ଭାବି ନ ଥିବ ଯେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ଦଳର ସ୍ଥିତି ଏମିତି ହେବ। ଦଳ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ବ୍ୟାଟିଂ ତାସପତା ପରି ଭୁଶୁଡ଼ି ପଡ଼ିଥିଲା। କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ସ୍ଥିତି ଏମିତି ଯେ ପଞ୍ଜାବର କେବଳ ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାର୍କସ ଷ୍ଟୋଇନିସ ୨୬ ରନ, ପ୍ରଭସିମରନ ସିଂ ୧୮ ରନ ଓ ଅଜମତୁଲ୍ଲା ଉମରଜାଇ ୧୮ ରନ କରି ପାରିଥିଲେ।

ଅଧିନାୟକ ଶ୍ରେୟସ ଆୟର ୨ ରନ କରି ନିରାଶ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ୭ ରନ, ଜୋଶ ଇଙ୍ଗ୍ଲିସ ୪ ରନ, ନେହଲ ଓ୍ଵଧେରା ୮ ରନ ଓ ଶଶାଙ୍କ ସିଂଙ୍କ ପରି ବ୍ୟାଟର ୩ ରନ କରିଥିଲେ। ଶେଷରେ ପଞ୍ଜାବ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ସୂୟଶ ଶର୍ମା ୩ ଓଭରରେ ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଓ ଜୋଶ ହେଜେଲଉଡ ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ୟଶ ଦୟାଲଙ୍କୁ ୨ଟି ସଫଳତା ମିଳିଛି।