ମନିଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୧୮ ପର୍ଯ୍ୟନ୍ତ ବଢିଲା ବିଚାରବିଭାଗୀୟ ହାଜତ ମିଆଦ

ନୂଆଦିଲ୍ଲୀ ୬।୪: କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତ ମନିଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ପୁଣି ଥରେ ଝଟକା ଦେଇଛନ୍ତି। କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଥିବା ବେଳେ ବିଚାରବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଏପ୍ରିଲ୩ ତାରିଖ ଦିନ କୋର୍ଟରେ ଶୁାଣାଣି ହୋଇଥିଲା। ସେତେବେଳେ ରାଉଜ ଏଭେନ୍ୟୁ କୋର୍ଟର ମୁଖ୍ୟନ୍ୟାୟାଧୀଶ ଜଷ୍ଟିସ୍ କାବେରୀ ବାୱେଜା ସିସୋଦିଆଙ୍କ ଜାମିନ ନିବେଦନ ଶୁଣାଣି ଏପ୍ରିଲ ୬ ତାରିଖକୁ ଟାଳି ଦେଇଥିଲେ। ଜାମିନ ଆବେଦନର ଶୁଣାଣି କାଳରେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ କହିଥିଲେ ଯେ ତାଙ୍କ ମହକିଲଙ୍କୁ ହାଜତରେ ରଖିବା ଯୋଗୁ କୌଣସି ଉଦ୍ଦେଶ୍ୟ ପୂରଣ ହେବନି। #WATCH | AAP leader & former Delhi Dy CM Manish Sisodia arrives at Delhi's Rouse Avenue Court for a hearing in the Delhi Excise Policy Case. pic.twitter.com/uZBNqC5uU5— ANI (@ANI) April 6, 2024ଓକିଲ କହିଥିଲେ ଯେ ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ମହକିଲଙ୍କ ବିରୋଧରେ ଯାଞ୍ଚ ଅନେକ ପୂର୍ବରୁ ସରିଲାଣି। ଏଣୁ ଅଭିଯୁକ୍ତଙ୍କ ଦ୍ୱାରା ଏବେ ଯାଞ୍ଚରେ ବାଧା ସୃଷ୍ଟି କରିବା ଅଥବା ପ୍ରମାଣ ନଷ୍ଟ କରିବାର କୌଣସି ସମ୍ଭାବନା ହିଁ ନାହିଁ। ତେବେ ଶନିବାର

ମନିଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୧୮ ପର୍ଯ୍ୟନ୍ତ ବଢିଲା ବିଚାରବିଭାଗୀୟ ହାଜତ ମିଆଦ

ନୂଆଦିଲ୍ଲୀ ୬।୪: କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତ ମନିଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ପୁଣି ଥରେ ଝଟକା ଦେଇଛନ୍ତି। କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଥିବା ବେଳେ ବିଚାରବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଏପ୍ରିଲ୩ ତାରିଖ ଦିନ କୋର୍ଟରେ ଶୁାଣାଣି ହୋଇଥିଲା। 

ସେତେବେଳେ ରାଉଜ ଏଭେନ୍ୟୁ କୋର୍ଟର ମୁଖ୍ୟନ୍ୟାୟାଧୀଶ ଜଷ୍ଟିସ୍ କାବେରୀ ବାୱେଜା ସିସୋଦିଆଙ୍କ ଜାମିନ ନିବେଦନ ଶୁଣାଣି ଏପ୍ରିଲ ୬ ତାରିଖକୁ ଟାଳି ଦେଇଥିଲେ। ଜାମିନ ଆବେଦନର ଶୁଣାଣି କାଳରେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ କହିଥିଲେ ଯେ ତାଙ୍କ ମହକିଲଙ୍କୁ ହାଜତରେ ରଖିବା ଯୋଗୁ କୌଣସି ଉଦ୍ଦେଶ୍ୟ ପୂରଣ ହେବନି। 


ଓକିଲ କହିଥିଲେ ଯେ ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ମହକିଲଙ୍କ ବିରୋଧରେ ଯାଞ୍ଚ ଅନେକ ପୂର୍ବରୁ ସରିଲାଣି। ଏଣୁ ଅଭିଯୁକ୍ତଙ୍କ ଦ୍ୱାରା ଏବେ ଯାଞ୍ଚରେ ବାଧା ସୃଷ୍ଟି କରିବା ଅଥବା ପ୍ରମାଣ ନଷ୍ଟ କରିବାର କୌଣସି ସମ୍ଭାବନା ହିଁ ନାହିଁ। ତେବେ ଶନିବାର ଶୁଣାଣି କାଳରେ କୋର୍ଟ ଜାମିନ ଦେବା ପାଇଁ ସଫାସଫା ମନା କରିଦେଇଛନ୍ତି। 


ଶୁକ୍ରବାର ଆମ ଆଦମୀ ପାର୍ଟି (ଆପ) ମନିଷ ସିସୋଦିଆଙ୍କ ଏକ ଚିଠି ଜାରି କରିଥିଲା। ଯେଉଁ ଚିଠିକୁ ସିସୋଦିଆ ଜେଲରୁ ଲେଖିଥିଲେ ଓ ଏହା ତାଙ୍କ ନିର୍ବାଚନମଣ୍ଡଳିର ଲୋକଙ୍କ ଉଦ୍ଦେଶ୍ୟରେ ଥିଲା। ଭାବୁକ କରିଦେବା ଭଳି ଏହି ଚିଠିରେ ସିସୋଦିଆ ତାଙ୍କ ନିର୍ବାଚନ ମଣ୍ଡଳିର ଲୋକଙ୍କୁ ଖୁବ୍ ଶୀଘ୍ର ବାହାରେ ଭେଟ ହେବ ବୋଲି ଉଲ୍ଲେଖ କରିଥିଲେ। ଏହା ସହିତ ସିସୋଦିଆ ତାଙ୍କ ଅନୁପସ୍ଥିତିରେ ରୁଗ୍ଣ ପତ୍ନୀଙ୍କ ଧ୍ୟାନ ରଖିଥିବାରୁ ନିର୍ବାଚନମଣ୍ଡଳିବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।