IPL 2025 ସିଜିନ୍ରେ ଖେଳିବାକୁ ଷ୍ଟିଭ୍ ସ୍ମିଥ୍ଙ୍କ ଇଚ୍ଛା, ମେଗା ଅକ୍ସନକୁ ଦେବେ ନାଁ
ମୁମ୍ବାଇ ୧୪।୦୮ : ଆଇପିଏଲ୍ ୨୦୨୫ ପାଇଁ ଆରମ୍ଭ ହେଇଗଲାଣି ପ୍ରସ୍ତୁତି। ହେଲେ ଏବେ ଯାଏଁ ବିସିସିଆଇ ପକ୍ଷରୁ କୌଣସି ତାରିଖ କିମ୍ବା ଅପଡେଟ୍ ନେଇ ସ୍ପଷ୍ଟ କରାଯାଇନାହିଁ । ତଥାପି ଚାରିଆଡେ ଆଇପିଏଲ୍ର କ୍ରେଜ୍ ବଢିବାରେ ଲାଗିଛି । ଆଗାମୀ ସିଜିନ୍ରେ ଖେଳିବାକୁ ଅନେକ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ଏହିକ୍ରମରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ କ୍ରିକେଟର ଆଇପିଏଲ୍ର ୨୦୨୫ ସିଜିନ୍ରେ ଖେଳିବାକୁ ନିଜର ଇଚ୍ଛା ଜାହିର କରିଛନ୍ତି । ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର ଷ୍ଟିଭ୍ ସ୍ମିଥ ଆଇପିଏଲ୍ ୨୦୨୫ ଖେଳିବାକୁ ନିଜର ଇଚ୍ଛା ଜାହିର କରିଛନ୍ତି । ଏଥିପାଇଁ ଆଗାମୀ ମେଗା ଅକ୍ସନରେ ନିଜ ନାଁ ମଧ୍ୟ ଦେବାକୁ ସେ ଘୋଷଣା କରିଛନ୍ତି । ୨୦୨୧ରେ ଶେଷ ଥର ପାଇଁ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ । ୨୦୧୨ରେ ପ୍ରଥମ ଥର ପାଇଁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିଲେ ଷ୍ଟିଭ୍ ସ୍ମିଥ୍ । ଅନେକ ବର୍ଷ ଯାଏଁ ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ । ଟିମ୍ର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ହେଲେ ଏହାପରେ ସେ ରାଜସ୍ଥାନ ରୟାଲ୍ସ ଛାଡି ଦେଇଥିଲେ । ରାଜସ୍ଥାନ ଛାଡିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଯୋଡି ହୋଇଥିଲେ । ରାଜସ୍ଥାନ ରୟାଲ୍ସ ପାଇଁ ୧୨ କୋଟିରେ ବିକ୍ରି ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ କୋଟି ୨୦ ଲକ୍ଷରେ କିଣିଥିଲା । ହେଲେ ତାଙ୍କୁ
ମୁମ୍ବାଇ ୧୪।୦୮ : ଆଇପିଏଲ୍ ୨୦୨୫ ପାଇଁ ଆରମ୍ଭ ହେଇଗଲାଣି ପ୍ରସ୍ତୁତି। ହେଲେ ଏବେ ଯାଏଁ ବିସିସିଆଇ ପକ୍ଷରୁ କୌଣସି ତାରିଖ କିମ୍ବା ଅପଡେଟ୍ ନେଇ ସ୍ପଷ୍ଟ କରାଯାଇନାହିଁ । ତଥାପି ଚାରିଆଡେ ଆଇପିଏଲ୍ର କ୍ରେଜ୍ ବଢିବାରେ ଲାଗିଛି । ଆଗାମୀ ସିଜିନ୍ରେ ଖେଳିବାକୁ ଅନେକ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ଏହିକ୍ରମରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ କ୍ରିକେଟର ଆଇପିଏଲ୍ର ୨୦୨୫ ସିଜିନ୍ରେ ଖେଳିବାକୁ ନିଜର ଇଚ୍ଛା ଜାହିର କରିଛନ୍ତି ।
ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର ଷ୍ଟିଭ୍ ସ୍ମିଥ ଆଇପିଏଲ୍ ୨୦୨୫ ଖେଳିବାକୁ ନିଜର ଇଚ୍ଛା ଜାହିର କରିଛନ୍ତି । ଏଥିପାଇଁ ଆଗାମୀ ମେଗା ଅକ୍ସନରେ ନିଜ ନାଁ ମଧ୍ୟ ଦେବାକୁ ସେ ଘୋଷଣା କରିଛନ୍ତି । ୨୦୨୧ରେ ଶେଷ ଥର ପାଇଁ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ ।
୨୦୧୨ରେ ପ୍ରଥମ ଥର ପାଇଁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିଲେ ଷ୍ଟିଭ୍ ସ୍ମିଥ୍ । ଅନେକ ବର୍ଷ ଯାଏଁ ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ । ଟିମ୍ର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ହେଲେ ଏହାପରେ ସେ ରାଜସ୍ଥାନ ରୟାଲ୍ସ ଛାଡି ଦେଇଥିଲେ । ରାଜସ୍ଥାନ ଛାଡିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଯୋଡି ହୋଇଥିଲେ ।
ରାଜସ୍ଥାନ ରୟାଲ୍ସ ପାଇଁ ୧୨ କୋଟିରେ ବିକ୍ରି ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ କୋଟି ୨୦ ଲକ୍ଷରେ କିଣିଥିଲା । ହେଲେ ତାଙ୍କୁ ପ୍ଲେଇଙ୍ଗ ଇଲେଭେନ୍ରେ ସ୍ଥାନ ମିଳିନଥିଲା । ଶେଷରେ ୨୦୨୧ ପର ସିଜିନ ଠାରୁ ସବୁ ଆଇପିଏଲ୍ର ନିଲାମ ପ୍ରକ୍ରିୟାରେ ନିଜ ନାଁ ଦେଉଥିଲେ । ହେଲେ ସେ ଅନ୍ସୋଲ୍ଡ ହୋଇ ରହୁଥିଲେ । କୌଣସି ପ୍ରାଞ୍ଚାଇଜ ଷ୍ଟିଭ୍ ସ୍ମିଥ୍ଙ୍କୁ କିଣିବାକୁ ଆଗ୍ରାହ ଦେଖାଉନଥିଲେ । ଆଉ ଏବେ ଆଇପିଏଲ୍ର ଆଗାମୀ ସିଜିନ୍ରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଷ୍ଟିଭ୍ ସ୍ମିଥ୍ । ଆଉ ଏଥିପାଇଁ ଚଳିତ ମେଗା ଅକ୍ସନରେ ନିଜ ନାଁ ଦେବେ ବୋଲି ଘୋଷଣା କରିଛନ୍ତି ।