୧୨ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କଲା ଶ୍ରୀଲଙ୍କା ନୌସେନା
କଲମ୍ବୋ,୧୪।୧: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି। ଏହାସହ ମତ୍ସ୍ୟଜୀବୀଙ୍କ ଡଙ୍ଗା ଜବତ କରାଯାଇଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ନୌସେନା ଏକ ବିବୃତ୍ତିରେ କହିଛି ଯେ ଉତ୍ତର ଜାଫନା ଦ୍ୱୀପପୁଞ୍ଜର କରାଇନଗର ଉପକୂଳରେ ଶନିବାର ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ୩ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି। ଏହାସହ କାର୍ଯ୍ୟନୁଷ୍ଠାନ ପାଇଁ ସେମାନଙ୍କୁ କାନକେସନ୍ତୁରାଇ ବନ୍ଦରକୁ […] The post ୧୨ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କଲା ଶ୍ରୀଲଙ୍କା ନୌସେନା appeared first on Dharitri Odia News.
କଲମ୍ବୋ,୧୪।୧: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି। ଏହାସହ ମତ୍ସ୍ୟଜୀବୀଙ୍କ ଡଙ୍ଗା ଜବତ କରାଯାଇଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।
ନୌସେନା ଏକ ବିବୃତ୍ତିରେ କହିଛି ଯେ ଉତ୍ତର ଜାଫନା ଦ୍ୱୀପପୁଞ୍ଜର କରାଇନଗର ଉପକୂଳରେ ଶନିବାର ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ୩ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି। ଏହାସହ କାର୍ଯ୍ୟନୁଷ୍ଠାନ ପାଇଁ ସେମାନଙ୍କୁ କାନକେସନ୍ତୁରାଇ ବନ୍ଦରକୁ ନିଆଯାଇଥିବା କୁହାଯାଇଛି।
ମତ୍ସ୍ୟଜୀବୀ ପ୍ରସଙ୍ଗରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଗତ ବର୍ଷ ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଆଞ୍ଚଳିକ ଜଳକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ କରିଥିଲେ ଏବଂ ପାକ ଜଳଡମରୁମଧ୍ୟରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଡଙ୍ଗା ମଧ୍ୟ ଜବତ କରାଯାଇଥିଲା।
The post ୧୨ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କଲା ଶ୍ରୀଲଙ୍କା ନୌସେନା appeared first on Dharitri Odia News.