ବନ୍ଧା ହେଲେ ମନ୍ତ୍ରୀଙ୍କ PS ଓ କୋଟିପତି ଚାକର, ଘରୁ ବାହାରିଥିଲା ପୁଳା ପୁଳା ନୋଟ
ନୂଆଦିଲ୍ଲୀ ୦୭/୦୫: ଶେଷରେ ଗିରଫ ହେଲେ ମନ୍ତ୍ରୀ ଆଲମଗିର ଆଲାମଙ୍କ PS ଓ କୋଟିପତି ଚାକର । ଚଢ଼ାଉ ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରିଛି ଇଡି । ସୋମବାର ଇଡି ଜାହାଙ୍ଗୀର ଆଲାମଙ୍କ ଘରୁ ଜବତ କରିଥିଲା ଟଙ୍କାର ପାହାଡ । ପାଖାପାଖି ୪୦ କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢ଼ାଉ ସମୟରେ ଏତେ ପରିମାମର ଟଙ୍କା ମିଳିଥିଲା କି, ଗମିବାକୁ ଲାଗିଥିଲା ମେସିନ୍ । ଏମିତିକି ମେସିନ୍ ବି ଗଣି ଗଣି ହାଲିଆ ହୋଇପଡିଥିଲା । ନୋଟ୍ ଗଣତି ପାଇଁ ପାଖାପାଖି ୫ଟି ମେସିନ୍ ଲାଗିଥିଲା । ସେଥିରୁ ଗୋଟିଏ ମେସିନ୍ ଖରାପ୍ ହୋଇଯାଇଛି । ଆଲମ ଗିରଙ୍କ ବ୍ୟକ୍ତିଗତ ସଚିବଙ୍କ କର୍ମଚାରୀଙ୍କ ଦରମା ମାତ୍ର ୧୫ ହଜାର ଟଙ୍କା । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ୧୫ ହଜାର ଟଙ୍କାରେ କାମ କରୁଥିବା ଜଣେ ବ୍ୟକ୍ତି ଏତେ ନୋଟ୍ କେଉଁଠୁ ଆଣିଲେ ? ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି । ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋଟ୍ ର ଭିଡିଓ । ଏହାକୁ ସେୟାର କରୁଥିବା ଅନେକ ଲୋକ ସମାନ ପ୍ରଶ୍ନ ଉଠାଉଛନ୍ତି ଯେ ଯେତେବେଳେ ସେବକଙ୍କ ଘରେ ୨୫-୩୦ କୋଟି ନୋଟ୍ ମିଳୁଛି, ସେତେବେଳେ ଏହାର ମାଲିକ କେତେ ବଡ଼ ନୋଟ୍ ଉପରେ ବସିବେ? ମନ୍ତ୍ରୀ ଆଲମଗିର ଆଲାମଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ଠୋସ୍ ଉତ୍ତର ନଥିଲା । ଆମେ ଟିଭିରେ ମଧ୍ୟ ଖବର ଦେ
ନୂଆଦିଲ୍ଲୀ ୦୭/୦୫: ଶେଷରେ ଗିରଫ ହେଲେ ମନ୍ତ୍ରୀ ଆଲମଗିର ଆଲାମଙ୍କ PS ଓ କୋଟିପତି ଚାକର । ଚଢ଼ାଉ ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରିଛି ଇଡି ।
ସୋମବାର ଇଡି ଜାହାଙ୍ଗୀର ଆଲାମଙ୍କ ଘରୁ ଜବତ କରିଥିଲା ଟଙ୍କାର ପାହାଡ । ପାଖାପାଖି ୪୦ କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢ଼ାଉ ସମୟରେ ଏତେ ପରିମାମର ଟଙ୍କା ମିଳିଥିଲା କି, ଗମିବାକୁ ଲାଗିଥିଲା ମେସିନ୍ । ଏମିତିକି ମେସିନ୍ ବି ଗଣି ଗଣି ହାଲିଆ ହୋଇପଡିଥିଲା । ନୋଟ୍ ଗଣତି ପାଇଁ ପାଖାପାଖି ୫ଟି ମେସିନ୍ ଲାଗିଥିଲା । ସେଥିରୁ ଗୋଟିଏ ମେସିନ୍ ଖରାପ୍ ହୋଇଯାଇଛି ।
ଆଲମ ଗିରଙ୍କ ବ୍ୟକ୍ତିଗତ ସଚିବଙ୍କ କର୍ମଚାରୀଙ୍କ ଦରମା ମାତ୍ର ୧୫ ହଜାର ଟଙ୍କା । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ୧୫ ହଜାର ଟଙ୍କାରେ କାମ କରୁଥିବା ଜଣେ ବ୍ୟକ୍ତି ଏତେ ନୋଟ୍ କେଉଁଠୁ ଆଣିଲେ ? ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି । ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋଟ୍ ର ଭିଡିଓ ।
ଏହାକୁ ସେୟାର କରୁଥିବା ଅନେକ ଲୋକ ସମାନ ପ୍ରଶ୍ନ ଉଠାଉଛନ୍ତି ଯେ ଯେତେବେଳେ ସେବକଙ୍କ ଘରେ ୨୫-୩୦ କୋଟି ନୋଟ୍ ମିଳୁଛି, ସେତେବେଳେ ଏହାର ମାଲିକ କେତେ ବଡ଼ ନୋଟ୍ ଉପରେ ବସିବେ? ମନ୍ତ୍ରୀ ଆଲମଗିର ଆଲାମଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ଠୋସ୍ ଉତ୍ତର ନଥିଲା । ଆମେ ଟିଭିରେ ମଧ୍ୟ ଖବର ଦେଖୁଛୁ । ଇଡିର ତଦନ୍ତ ଚାଲିଛି ଏବଂ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେଇପାରିବି ନାହିଁ।