SGPCର ବଡ଼ ନିଷ୍ପତ୍ତି, ଗୁରୁଦ୍ୱାରାରେ ଆଉ ଉଡିବନି ଗେରୁଆ ପତାକା
ଅମୃତସର : ଖାଲସାର ଗୌରବ ତଥା ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଏବେ ଗେରୁଆ ହେବନି, ଏହା ହଳଦିଆ (ବସନ୍ତି) ରଙ୍ଗର ହେବ। ଶିଖ ମାନଙ୍କ ପ୍ରମୁଖ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଅକାଲ ତଖତ ସାହିବରେ ହୋଇଥିବା ପାଞ୍ଚ ସିଂହ ସାହିବାନ ବୈଠକ ପରେ ନିଆଯାଇଛି। ଶିରୋମଣି ସମିତି ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଶ୍ରୀ ଅକାଲ ତଖତ ସାହିବ, ଶ୍ରୀ ଅମୃତସର ସାହିବରୁ ପ୍ରାପ୍ତ ସର୍କୁଲାର ମୁତାବକ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଛନ୍ତି ଯେ ପତାକା ରଙ୍ଗକୁ ନେଇ ସଙ୍ଗତ ମଧ୍ୟରେ ଦ୍ୱିବିଧା ଥିଲା। ଏ ନେଇ କିଛି ମାମଲା ଶ୍ରୀ ଅକାଲ ତଖତ ସାହିବଙ୍କ ଦୃଷ୍ଟିକୁ ଆସିଥିଲା। ଏହା ପରେ ରଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପାଞ୍ଚ ସିଂହ ସାହିବାନଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ହୋଇଥିବା ଚର୍ଚ୍ଚାରେ ନିଶାନ ସାହେବର ରଙ୍ଗ ନିସନ୍ଦେହ ଗେରୁଆ, ହେଲେ ଏହା ହିନ୍ଦୁ ଧର୍ମର ପ୍ରତୀକ ରଙ୍ଗ ସହିତ ମେଳ ଖାଉଥିଲା। ଏହି କାରଣରୁ ସଙ୍ଗତର ଲୋକେ ଓ ଅଜଣା ଲୋକେ ଏଥିରେ ଅନ୍ତର ବାରି ପାରୁନଥିଲେ ଓ ଉଭୟ ଧର୍ମକୁ ଏକ ଭାବୁଥିଲେ। ଏହି ଦ୍ୱିବିଧା ଦୂର କରିବା ପାଇଁ ଏବେ ନିଷ୍ପତ୍ତି ନିଆଯାଇଛି। ଶିଖ ଧର୍ମ ହିନ୍ଦୁ ଧର୍ମଠାରୁ ପୃଥକ। ଏହି କାରଣରୁ କେବେ କେବେ ଲୋକେ ପ୍ରଚାର କରନ୍ତି ହିନ୍ଦୁ ଓ ଶିଖ ଗୋଟିଏ ଧର୍ମ। ଶି
ଅମୃତସର : ଖାଲସାର ଗୌରବ ତଥା ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଏବେ ଗେରୁଆ ହେବନି, ଏହା ହଳଦିଆ (ବସନ୍ତି) ରଙ୍ଗର ହେବ। ଶିଖ ମାନଙ୍କ ପ୍ରମୁଖ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଅକାଲ ତଖତ ସାହିବରେ ହୋଇଥିବା ପାଞ୍ଚ ସିଂହ ସାହିବାନ ବୈଠକ ପରେ ନିଆଯାଇଛି। ଶିରୋମଣି ସମିତି ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଶ୍ରୀ ଅକାଲ ତଖତ ସାହିବ, ଶ୍ରୀ ଅମୃତସର ସାହିବରୁ ପ୍ରାପ୍ତ ସର୍କୁଲାର ମୁତାବକ ଏହି ନିଷ୍ପତ୍ତି ନିଆଯାଇଛି।
ଏହାକୁ ନେଇ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଛନ୍ତି ଯେ ପତାକା ରଙ୍ଗକୁ ନେଇ ସଙ୍ଗତ ମଧ୍ୟରେ ଦ୍ୱିବିଧା ଥିଲା। ଏ ନେଇ କିଛି ମାମଲା ଶ୍ରୀ ଅକାଲ ତଖତ ସାହିବଙ୍କ ଦୃଷ୍ଟିକୁ ଆସିଥିଲା। ଏହା ପରେ ରଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପାଞ୍ଚ ସିଂହ ସାହିବାନଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ହୋଇଥିବା ଚର୍ଚ୍ଚାରେ ନିଶାନ ସାହେବର ରଙ୍ଗ ନିସନ୍ଦେହ ଗେରୁଆ, ହେଲେ ଏହା ହିନ୍ଦୁ ଧର୍ମର ପ୍ରତୀକ ରଙ୍ଗ ସହିତ ମେଳ ଖାଉଥିଲା। ଏହି କାରଣରୁ ସଙ୍ଗତର ଲୋକେ ଓ ଅଜଣା ଲୋକେ ଏଥିରେ ଅନ୍ତର ବାରି ପାରୁନଥିଲେ ଓ ଉଭୟ ଧର୍ମକୁ ଏକ ଭାବୁଥିଲେ। ଏହି ଦ୍ୱିବିଧା ଦୂର କରିବା ପାଇଁ ଏବେ ନିଷ୍ପତ୍ତି ନିଆଯାଇଛି। ଶିଖ ଧର୍ମ ହିନ୍ଦୁ ଧର୍ମଠାରୁ ପୃଥକ। ଏହି କାରଣରୁ କେବେ କେବେ ଲୋକେ ପ୍ରଚାର କରନ୍ତି ହିନ୍ଦୁ ଓ ଶିଖ ଗୋଟିଏ ଧର୍ମ।
ଶିଖ ରହତ ମର୍ଯଦା ପୃଷ୍ଠା ସଂଖ୍ୟା ୧୫ରେ ଲିପିବଦ୍ଧ ସୂଚନା ଅନୁସାରେ ଶ୍ରୀ ନିସାନ ଶାହିବ ଦୁଇଟି ରଙ୍ଗର ହୋଇପାରେ। ଗୋଟିଏ ସୁରମଇ ଓ ଅନ୍ୟଟି ବାସନ୍ତି ବା ହଳଦିଆ। ଏବେ ଶିରୋମଣି କମିଟି ନିଶାନ ସାହିବ ନିମନ୍ତେ ଏହି ଦୁଇ ରଙ୍ଗରୁ ଗୋଟିକକୁ ବାଛିବ। ୨୦୧୯ ମସିହାରେ ଗୁରୁ ଘରର ପତାକା ରଙ୍ଗକୁ ନେଇ ପଞ୍ଜାବୀ ଲେଖକ ଡ.ଚରଣଜିତ ସିଂହ ଗୁମଟାଲା ଶିରୋମଣି କମିଟିର ତତ୍କାଳୀନ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଲୋଙ୍ଗୋୱାଲ ଓ ଶ୍ରୀ ଅକଲ ତଖତ ସାହିବର କାର୍ଯ୍ୟକାରୀ ଯଥାଦାର ଜ୍ଞାନୀ ହରପ୍ରିତ ସିଂହଙ୍କୁ ପତ୍ର ଲେଖିଥିଲେ। ଏଥିରେ ଗୁରୁଦ୍ୱାରାମାନଙ୍କ ପାଇଁ ଗେରୁଆ ରଙ୍ଗ ପତାକା ଉଚିତ ନୁହେଁ ବୋଲି ଉଲ୍ଲେଖ କରିଥିଲେ।