କୁହୁଡି ହେଲା କାଳ,୨ ବାଇକ ଆରୋହୀ ମୃତ
ପିପିଲି : କୁହୁଡି ହେଲା କାଳ I ବିଦ୍ୟୁତ କଲଭର୍ଟ ଖୁଣ୍ଟରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଏହି ମର୍ମନ୍ତୁଦ ଘଟଣା ଘଟିଛି ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ନିକଟରେ । ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ ଆରୋହୀ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ମିଳିନଥିବା […]

ପିପିଲି : କୁହୁଡି ହେଲା କାଳ I ବିଦ୍ୟୁତ କଲଭର୍ଟ ଖୁଣ୍ଟରେ ପିଟି ହୋଇ ୨ ବାଇକ ଆରୋହୀ ମୃତ I ଏହି ମର୍ମନ୍ତୁଦ ଘଟଣା ଘଟିଛି ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ନିକଟରେ । ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ ଆରୋହୀ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ମିଳିନଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ଜଣଙ୍କର ପିପିଲି ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣା ପଡିଛି I