ପୁରୀ ହୋଟେଲ ସ୍କାମ,ରାଜସ୍ଥାନରୁ ୨ ଗିରଫ

ଭୁବନେଶ୍ଵର: ହୋଟେଲ ବୁକିଂ ସ୍କାମ । ରାଜସ୍ଥାନରୁ ୨ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରାଜସ୍ଥାନର ଅଲୱାର୍‌ ଅଞ୍ଚଳର ଅମିର ଖାଁ ଏବଂ ଭରତପୁର ଅଞ୍ଚଳର ୟୁସୁପ୍‌କୁ ଗିରଫ କରିଛି ଓଡିଶା ସାଇବର ଅପରାଧ ପୁଲିସ । ପୁରୀର ହୋଟେଲ ନିଳାଦ୍ରୀ ଭକ୍ତ ନିବାସ ବୁକିଂ ନାଁରେ ଫେକ ଆକାଉଣ୍ଟ ଖୋଲି ଭକ୍ତ ମାନଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଲୱାର ଜିଲ୍ଲା ଗୋବିନ୍ଦ ଗଡ କୋର୍ଟରେ ହାଜର କରାଯିବା […]

ପୁରୀ ହୋଟେଲ ସ୍କାମ,ରାଜସ୍ଥାନରୁ ୨ ଗିରଫ
ପୁରୀ ହୋଟେଲ ସ୍କାମ,ରାଜସ୍ଥାନରୁ ୨ ଗିରଫ

ଭୁବନେଶ୍ଵର: ହୋଟେଲ ବୁକିଂ ସ୍କାମ । ରାଜସ୍ଥାନରୁ ୨ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରାଜସ୍ଥାନର ଅଲୱାର୍‌ ଅଞ୍ଚଳର ଅମିର ଖାଁ ଏବଂ ଭରତପୁର ଅଞ୍ଚଳର ୟୁସୁପ୍‌କୁ ଗିରଫ କରିଛି ଓଡିଶା ସାଇବର ଅପରାଧ ପୁଲିସ । ପୁରୀର ହୋଟେଲ ନିଳାଦ୍ରୀ ଭକ୍ତ ନିବାସ ବୁକିଂ ନାଁରେ ଫେକ ଆକାଉଣ୍ଟ ଖୋଲି ଭକ୍ତ ମାନଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା ।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଲୱାର ଜିଲ୍ଲା ଗୋବିନ୍ଦ ଗଡ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ଟ୍ରାଜିଟ୍‌ ରିମାଣ୍ଡରେ ଆଣିଛି। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ମିଥ୍ୟା ପ୍ରତିଶ୍ରୁତି ଦେଇ ରହଣୀ ସୁବିଧା ଯୋଗାଇ ଦେବା ପାଇଁ ଏମାନେ ଉଦ୍ୟମ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପିଟିସନ ଆଧାରରେ କ୍ରାଇମବ୍ରାଞ୍ଚ ଏହି ଦୁଇ ଠକଙ୍କୁ ଗିରଫ କରିଛି। ଇନସ୍ପେକ୍ଟର ଅବନ୍ତିମଣି ନାୟକଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଦଳ ରାଜସ୍ଥାନ ଯାଇ ଡିଜିଟାଲ ତଥ୍ୟ ପ୍ରମାଣ ଆଧାରରେ ଏହି ଦୁଇ ଠକଙ୍କୁ ଗିରଫ କରିଛି ।