ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ ଟିକେଟ ଦେଇଛି। ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ବିଜେଡି ଜାତୀୟ ସ୍ତରରେ ଦାବିକରି ଆସୁଛି। ଚଳିତ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରି ଦଳ ଅନ୍ୟ ରାଜନୈତିକ ଦଳ ପାଇଁ ଉଦାହରଣ ସୃଷ୍ଟି କରିଛି। ତେବେ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ୧୨ ଜଣ ବିଧାୟକ […] The post ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ appeared first on Dharitri Odia News.

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ ଟିକେଟ ଦେଇଛି। ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ବିଜେଡି ଜାତୀୟ ସ୍ତରରେ ଦାବିକରି ଆସୁଛି। ଚଳିତ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରି ଦଳ ଅନ୍ୟ ରାଜନୈତିକ ଦଳ ପାଇଁ ଉଦାହରଣ ସୃଷ୍ଟି କରିଛି। ତେବେ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ୧୨ ଜଣ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କୁ ଟିକେଟ ମିଳିଛି।
ବାଲେଶ୍ୱର ଜିଲା ବସ୍ତା ବିଧାନସଭା ଆସନ ପାଇଁ ପୂର୍ବତନ ଏମ୍‌ପି ରବି ଜେନାଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ଜଗତ୍‌ସିଂହପୁର ଜିଲା ପାରାଦୀପରୁ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ସ୍ତ୍ରୀ ସଂଯୁକ୍ତା ସିଂ, ମୟୂରଭଞ୍ଜ ଜିଲା ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିଲତା କାନୁନ୍‌ଗୋ, ବଡ଼ସାହିରୁ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସ୍ତ୍ରୀ ଅନସୂୟା ପାତ୍ର, କୋରାପୁଟ ଜିଲା ଜୟପୁରରୁ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ ପ୍ରଦାନ କରିଛି। ସେହିପରି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ସଂଘମିତ୍ରା ସ୍ବାଇଁ, କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦୁଷ୍ମନ୍ତ ନାୟକଙ୍କ ସ୍ତ୍ରୀ ଲତିକା ନାୟକ, ନବରଙ୍ଗପୁର ବିଧାୟକ ସଦାଶିବ ପଧାନୀଙ୍କ ସ୍ତ୍ରୀ କୌଶଲ୍ୟା ପଧାନୀ, ନବରଙ୍ଗପୁର ଜିଲା ଉମରକୋଟରୁ ସୁବାସ ଗଣ୍ଡଙ୍କ ସ୍ତ୍ରୀ ନବୀନା ନାୟକ ଟିକେଟ ପାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ଏମ୍‌ପି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡି ଏବଂ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ସ୍ତ୍ରୀ ଅର୍ଚ୍ଚନା ରେଖା ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ସେହିପରି ରାୟଗଡ଼ାରୁ ଅନସୂୟା ମାଝିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପୁରରୁ ରୀତା ସାହୁ, ଅତାବିରା ସ୍ନେହାଙ୍ଗିନୀ ଛୁରିଆ, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଯାଜପୁର ସୁଜାତା ସାହୁ, ଟିଟିଲାଗଡ଼ ଟୁକୁନି ସାହୁ, କବିସୂର୍ଯ୍ୟନଗର ଲତିକା ପ୍ରଧାନ, ଝାରସୁଗୁଡ଼ା ଦୀପାଳି ଦାସ, ବ୍ରଜରାଜନଗର ଅଳକା ମହାନ୍ତ, ଫୁଲବାଣୀ ଜୟଶ୍ରୀ କହଁର, ଆସ୍କା ମଞ୍ଜୁଳା ସ୍ବାଇଁ, କେନ୍ଦୁଝର ମୀନା ମାଝି, ରାଇରଙ୍ଗପୁର ରାଇସେନ ମୁର୍ମୁ, ଲକ୍ଷ୍ମୀପୁର ପ୍ରଭୁ ଜାନୀ, ନର୍ଲା ମନୋରମା ମହାନ୍ତି, ଚିତ୍ରକୋଣ୍ଡା ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁର ବର୍ଷା ସିଂ ବରିହା, ଦେବଗଡ଼ ଅରୁନ୍ଧତୀ କୁମାରୀ ଦେବୀ, କରଞ୍ଜିଆ ବାସନ୍ତୀ ହେମ୍ବ୍ରମ, ସିମୁଳିଆ ସୁଭାଷିନୀ ସାହୁ, ରେମୁଣା ବିଦ୍ୟାସ୍ମିତା ମହାଳିକ, ବଡ଼ଚଣା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଛି।
ଟିକେଟ ପାଇଥିବା ଅଳ୍ପ କେତେଜଣଙ୍କୁ ବାଦ୍‌ ଦେଲେ ଅନେକ ପ୍ରଥମ ଥର ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି ସ୍ଥାନୀୟ ଅଞ୍ଚଳରେ ବିଧାୟକ ଭାବରେ ତୃଣମୂଳସ୍ତରରେ ଥିବା ଅସନ୍ତୋଷକୁ ଏଡ଼ାଇବା ସହ ବିରୋଧୀ ଗୋଷ୍ଠୀଙ୍କୁ ମଧ୍ୟ ଦଳ ମ୍ୟାନେଜ କରି ମହିଳା ଭୋଟ ବ୍ୟାଙ୍କ ହାତେଇବା ପାଇଁ ଦଳ ଏଭଳି ରଣନୀତି ଆପଣାଇଛି।

The post ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ appeared first on Dharitri Odia News.