ଜେଇ ମେନ ୨୦୨୪ ପାଇଁ ଜାରି ହେଲା ଗାଇଡଲାଇନ
ଭୁବନେଶ୍ୱର : ଏପ୍ରିଲ ୪ ରୁ ଆରମ୍ଭ ହେଉଛି ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE MAIN-2024) Iଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଏହି ପରୀକ୍ଷା ଏପ୍ରିଲ ୪ ରୁ ଆରମ୍ଭ ହୋଇ ୧୨ ଏପ୍ରିଲରେ ଶେଷ ହେବ ।ସେଥିପାଇଁ ଅନଲାଇନରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି I ପରୀକ୍ଷାର୍ଥୀ ମାନଙ୍କ ପାଇଁ NTA ଦ୍ୱାରା ଗାଇଡଲାଇନ ଜାରି ହୋଇଛି I ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ହେବ I ସିଫ୍ଟ – ୧ ସକାଳ ୯ […]

ଭୁବନେଶ୍ୱର : ଏପ୍ରିଲ ୪ ରୁ ଆରମ୍ଭ ହେଉଛି ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE MAIN-2024) Iଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଏହି ପରୀକ୍ଷା ଏପ୍ରିଲ ୪ ରୁ ଆରମ୍ଭ ହୋଇ ୧୨ ଏପ୍ରିଲରେ ଶେଷ ହେବ ।ସେଥିପାଇଁ ଅନଲାଇନରେ ଆଡମିଟ କାର୍ଡ ଉପଲବ୍ଧ ହୋଇଛି I ପରୀକ୍ଷାର୍ଥୀ ମାନଙ୍କ ପାଇଁ NTA ଦ୍ୱାରା ଗାଇଡଲାଇନ ଜାରି ହୋଇଛି I
ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ହେବ I ସିଫ୍ଟ – ୧ ସକାଳ ୯ ଟାରୁ ୧୨ ଟା ଏବଂ ସିଫ୍ଟ- ୨ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥୀମାନେ ସେମାନଙ୍କର JEE ମେନ୍ ହଲ୍ ଟିକେଟ୍ ଏବଂ ସରକାର ପ୍ରଦାନ କରିଥିବା ID କାର୍ଡକୁ JEE ପରୀକ୍ଷା କେନ୍ଦ୍ରକୁ ନେଇ ଯିବେ । ଏହାବାଦ୍ ପରୀକ୍ଷାର୍ଥୀ ମାନେ ହଲ୍ ଭିତରକୁ କୌଣସି ଇଲେକ୍ଟ୍ରୋନିକ୍ ଉପକରଣ କିମ୍ବା ସ୍ମାର୍ଟ ୱାଚ ପିନ୍ଧି ଯାଇ ପାରିବେ ନାହିଁ I
ଏହାଛଡା କୌଣସି ପ୍ରକାର କାଗଜ,କଲମ, ପେନ୍ସିଲ, କିମ୍ବା ଜ୍ୟାମିତି ବାକ୍ସ ନେଇ ପାରିବେ ନାହିଁ I ଆବଶ୍ୟକୀୟ ସାମଗ୍ରୀ ପରୀକ୍ଷା ହଲରେ ଦିଆଯିବ। କେବଳ ପରୀକ୍ଷା ସମୟର ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କୌଣସି ID କାର୍ଡ ନେବାକୁ ବାରଣ କରାଯାଇଛି I ସେହିଭଳି ହଲ ଭିତରକୁ ଖାଦ୍ୟ,ପାନୀୟ ପ୍ୟାକେଟ ପ୍ରବେଶ ଅନୁମତି ନଥିବା ବେଳେ,କେବଳ ଅସୁସ୍ଥ ଛାତ୍ରଛାତ୍ରୀ ମାନେ ଟ୍ରାନ୍ସପାରେଣ୍ଟ ବୋତଲରେ ପାଣି,ଔଷଧ ଏବଂ କିଛି ଫଳ ନେଇପାରିବେ I
ପରୀକ୍ଷା ହଲ ଭିତରକୁ ମୋବାଇଲ୍ ଫୋନ୍, ଇୟରଫୋନ୍, କାଲକୁଲେଟର, କ୍ୟାମେର କିମ୍ବା ହ୍ୟାଣ୍ଡ ବ୍ୟାଗ ନେଇପାରିବେ ନାହିଁ I ଏହାସହିତ ହଲ ଭିତରେ ଛାତ୍ରଛାତ୍ରୀଙ୍କର କୌଣସି ମୂଲ୍ୟବାନ ଅତ୍ୟାବଶ୍ୟକ ସାମଗ୍ରୀର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଏହି ସବୁ ଜିନିଷକୁ ପ୍ରବେଶ ନିଷେଧ କରାଯାଇଛି I