ଓଡିଶା ଅଗ୍ନିଶମ ବିଭାଗର ହେବ ଆଧୁନିକୀକରଣ: ନୂଆ ରୂପ ପାଇବ ଓଡିଶା ଅଗ୍ନିଶମ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ବିଭାଗର ହେବ ଆଧୁନିକୀକରଣ। କେନ୍ଦ୍ର ସରକାର ଏଥିପାଇଁ ୨୦୧ କୋଟି ଟଙ୍କାର ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ପ୍ରଥମ ଥର ପାଇଁ ଏଭଳି ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଆଗ୍ନିକମାନେ ଏବେ ଅଭିନବ ଉପାୟରେ ତ୍ୱରିତ ପ୍ରାକୃତିକ ବିପତ୍ତି ଓ ଅଗ୍ନିକାଣ୍ଡର ମୁକାବିଲା କରି ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି […]

ଓଡିଶା ଅଗ୍ନିଶମ ବିଭାଗର ହେବ ଆଧୁନିକୀକରଣ: ନୂଆ ରୂପ ପାଇବ ଓଡିଶା ଅଗ୍ନିଶମ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ବିଭାଗର ହେବ ଆଧୁନିକୀକରଣ। କେନ୍ଦ୍ର ସରକାର ଏଥିପାଇଁ ୨୦୧ କୋଟି ଟଙ୍କାର ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ପ୍ରଥମ ଥର ପାଇଁ ଏଭଳି ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଆଗ୍ନିକମାନେ ଏବେ ଅଭିନବ ଉପାୟରେ ତ୍ୱରିତ ପ୍ରାକୃତିକ ବିପତ୍ତି ଓ ଅଗ୍ନିକାଣ୍ଡର ମୁକାବିଲା କରି ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ ଅଗ୍ନିଶମ ବିଭାଗର ଆଧୁନିକୀକରଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦିତ କରିଛି କେନ୍ଦ୍ର।
୧୫ ତମ ଫାଇନାନ୍ସ କମିଶନଙ୍କ ସୁପାରିଶରେ ରାଜ୍ୟର ଫାୟାର ଷ୍ଟେସନର ଗୁଡିକର ହେବ ଆଧୁନିକୀକରଣ। କେନ୍ଦ୍ର ଅନୁମୋଦନ କରିଥିବା ଅର୍ଥ ମଧ୍ୟରେ ୧୫୦.୨୮ କୋଟି କେନ୍ଦ୍ର ଓ ୫୦.୯୬ କୋଟି ରାଜ୍ୟ ସରକାର ଖର୍ଚ୍ଚ କରିବେ। ତିନୋଟି କିସ୍ତିରେ ୩୦ ପ୍ରତିଶତ, ୪୦ ପ୍ରତିଶତ ଓ ୩୦ ପ୍ରତିଶତ ହିସାବରେ ମଞ୍ଜୁରୀ ହେବ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ଅର୍ଥ ବିନିଯୋଗ ହେବ। ଓଡ଼ିଶାର ୧୦ ଟି ଅଗ୍ନିଶମ କେନ୍ଦ୍ରର ନିର୍ମାଣ ଓ ସରଞ୍ଜାମ କିଣାରେ ବିନିଯୋଗ ହେବ ଅର୍ଥ। ହାଇଡ୍ରଲିକ ପ୍ଲାଟଫର୍ମ, ଆରଟିକୁଲେଟେଡ଼ ମନିଟର ସହିତ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ସାମଗ୍ରୀ କିଣାଯିବ। ରାଜ୍ୟର ଅଗ୍ନିଶମ କେନ୍ଦ୍ରଗୁଡିକର କାର୍ଯ୍ୟ କାଗଜ ବିହୀନ ହେବା ସହିତ ସମସ୍ତ ଅଗ୍ନିଶମ କେନ୍ଦ୍ରଗୁଡିକୁ ଆଇଟି ନେଟୱାର୍କରେ ସଂଯୋଗ କରାଯିବ। ଅଗ୍ନିଶମ ବିଭାଗର ଏକ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ ଖୋଲାଯାଇ କୌଣସି ବଡ଼ ଦୁର୍ଘଟଣା ଘଟିଲେ ସେହି ଘଟଣାସ୍ଥଳ ସହିତ ଅଡିଓ ଭିଡିଓ ଲିଙ୍କ କଣ୍ଟ୍ରୋଲ ରୁମ ସହିତ ରଖାଯିବାର ବ୍ୟବସ୍ଥା ରହିବ। ଆଗ୍ନିକ ମାନଙ୍କର ଟ୍ରେନିଂ ବ୍ୟବସ୍ଥାର ଉନ୍ନତିକରଣ ହୋଇ ଭରଚୁଆଲ ରିଅଲିଟି ସଫ୍ଟଓୟାର ବ୍ୟବହାର ଉପରେ ଗୁରୁତ୍ୱ ଦେବ ଅଗ୍ନିଶମ ବିଭାଗ।