ନବଘନ ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ ପୋଲିସ
ଭୁବନେଶ୍ୱର : ବରମୁଣ୍ଡା ନବଘନ ପାଟ୍ଟଶାଣୀ ହତ୍ୟା ମାମଲା । ୧୫ ଦିନ ପରେ କମିଶନରେଟ ପୋଲିସକୁ ମିଳିଛି ସଫଳତା । କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ୨ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ବାନ୍ତି ସହିତ ଡ୍ରାଇଭର ବିଜୟ ନାୟକ ଗିରଫ ହୋଇଛନ୍ତି । ବରମୁଣ୍ଡା ସ୍ଥିତ ଶ୍ରୀ ସାଇ ଲଜରେ ନବଘନଙ୍କୁ ହତ୍ୟା କରି ନିଆଳି ଅଂଚଳରେ ମୁତଦେହକୁ ଫୋପାଡ଼ି ଦେଇଥିଲେ । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପ୍ରାଥମିକ […]

ଭୁବନେଶ୍ୱର : ବରମୁଣ୍ଡା ନବଘନ ପାଟ୍ଟଶାଣୀ ହତ୍ୟା ମାମଲା । ୧୫ ଦିନ ପରେ କମିଶନରେଟ ପୋଲିସକୁ ମିଳିଛି ସଫଳତା । କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ୨ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ବାନ୍ତି ସହିତ ଡ୍ରାଇଭର ବିଜୟ ନାୟକ ଗିରଫ ହୋଇଛନ୍ତି । ବରମୁଣ୍ଡା ସ୍ଥିତ ଶ୍ରୀ ସାଇ ଲଜରେ ନବଘନଙ୍କୁ ହତ୍ୟା କରି ନିଆଳି ଅଂଚଳରେ ମୁତଦେହକୁ ଫୋପାଡ଼ି ଦେଇଥିଲେ । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପ୍ରାଥମିକ ସୂଚନା ଦେଇଛି ପୋଲିସ । ଏନେଇ ୨ ଅଭିଯୁକ୍ତ ସ୍ୱୀକାର କରିଛନ୍ତି । ଗିରଫ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା ।
ସୂଚନାନୁସାରେ,ବଣ୍ଟି ନବଘନ ପାଟ୍ଟଶାଣୀଙ୍କ ନିକଟରେ କାମ କରୁଥିଲା। ନବଘନ ପାଟ୍ଟଶାଣୀ ଗତ ୧୭ ତାରିଖରେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ। ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା।