ଇତିହାସ ରଚିଲେ ଅବିନାଶ ସାବଲେ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ କଲେ ଏମିତି କାରନାମା
ପ୍ୟାରିସ,୬।୮: ପ୍ୟାରିସ୍ରେ ଚାଲିଥିବା ଅଲିମ୍ପିକ୍ସ ୨୦୨୪ରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍ମାନଙ୍କ ଠାରୁ ଅନେକ ଐତିହାସିକ ସଫଳତା ଦେଖିବାକୁ ମିଳିଛି। ବର୍ତ୍ତମାନ ପୁରୁଷ ୩୦୦୦ ମିଟର ଷ୍ଟିପ୍ଲେଚେଜ୍ ମଧ୍ୟ ଏକ ଏତିହାସିକ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଭାରତର ଅବିନାଶ ସାବଲେ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ୩୦୦୦ ମିଟର ପୁରୁଷ ଷ୍ଟିପ୍ଲେଚେଜ୍ ଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ପ୍ରଥମ ଭାରତୀୟ ହୋଇଥିଲେ। ଅବିନାଶ ପଞ୍ଚମ ସ୍ଥାନ ହାସଲ କରି ଯୋଗ୍ୟତା ଅର୍ଜନ କରିଥିଲେ। ସାବଲେ ଦ୍ୱିତୀୟ […] The post ଇତିହାସ ରଚିଲେ ଅବିନାଶ ସାବଲେ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ କଲେ ଏମିତି କାରନାମା appeared first on Dharitri Odia News.
ପ୍ୟାରିସ,୬।୮: ପ୍ୟାରିସ୍ରେ ଚାଲିଥିବା ଅଲିମ୍ପିକ୍ସ ୨୦୨୪ରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍ମାନଙ୍କ ଠାରୁ ଅନେକ ଐତିହାସିକ ସଫଳତା ଦେଖିବାକୁ ମିଳିଛି। ବର୍ତ୍ତମାନ ପୁରୁଷ ୩୦୦୦ ମିଟର ଷ୍ଟିପ୍ଲେଚେଜ୍ ମଧ୍ୟ ଏକ ଏତିହାସିକ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଭାରତର ଅବିନାଶ ସାବଲେ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ୩୦୦୦ ମିଟର ପୁରୁଷ ଷ୍ଟିପ୍ଲେଚେଜ୍ ଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ପ୍ରଥମ ଭାରତୀୟ ହୋଇଥିଲେ। ଅବିନାଶ ପଞ୍ଚମ ସ୍ଥାନ ହାସଲ କରି ଯୋଗ୍ୟତା ଅର୍ଜନ କରିଥିଲେ।
ସାବଲେ ଦ୍ୱିତୀୟ ହିଟ୍ରେ ୮ ମିନିଟ ୧୫.୪୩ ସେକେଣ୍ଡର ସମୟ ନେଇ ନିଜକୁ ୫ ନମ୍ବର ସୁରକ୍ଷିତ ରଖିଥିଲେ। ଏହି ହିଟ୍ରେ ମୋରୋକୋର ମହମ୍ମଦ ଟିଣ୍ଡୋଫାଟ ୮ ମିନିଟ ୧୦.୬୨ ସେକେଣ୍ଡର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଇଭେଣ୍ଟରେ ସମୁଦାୟ ତିନୋଟି ହିଟ ହୋଇଥିଲା ଏବଂ ସମସ୍ତ ତିନୋଟି ହିଟରେ ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିବା ଆଥଲେଟମାନେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ପଦକ ଭାରତର ଆକାଉଣ୍ଟକୁ ଆସିଛି। ଶୁଟିଂରେ ଭାରତ ତିନୋଟି ପଦକ ପାଇଛି।
The post ଇତିହାସ ରଚିଲେ ଅବିନାଶ ସାବଲେ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ କଲେ ଏମିତି କାରନାମା appeared first on Dharitri Odia News.