କନ୍ୟାକୁମାରିରୁ ଫେରିବା ପରେ ବୈଠକ କରି ଦେଶର ବିଭିନ୍ନ ସମସ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଧ୍ୟାନ ସାରି କନ୍ୟାକୁମାରୀରୁ ଫେରିବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ସମସ୍ତ ହସ୍‌ପିଟାଲ୍ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଇଲେକ୍ଟ୍ରିସିଟି ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବୈଠକରେ ମୋଦୀ ଘୂର୍ଣ୍ଣି ବାତ୍ୟା ରେମାଲର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବାତ୍ୟାରେ ମିଜୋରାମ, ଆସାମ, ମଣିପୁର, ମେଘାଳୟ ଓ ତ୍ରିପୁରା ଭଳି ରାଜ୍ୟ କ୍ଷତି ସହିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବୈଠକ   ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉଭୟ ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ସମ୍ପର୍କର ବୈଠକ କରିଥିଲି ବୋଲି ମୋଦୀ କହିଛନ୍ତି। ଏଥିସହିତ ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାକୁ ଆଖି ଆଗରେ ରଖି ଅଧିକାରୀମାନଙ୍କୁ ଏଥିପାଇଁ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଆଜିର ବୈଠକରେ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀ-କ୍ୟାବିନେଟ୍ ସେକ୍ରେଟାରୀ, ଏନ୍‌ଡିଆର୍‌ଫ୍‌ ମୁଖ୍ୟ, ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ପ୍ରଧାନ ସଚିବ ଯୋଗ ଦେଇଥିଲେ।  

କନ୍ୟାକୁମାରିରୁ ଫେରିବା ପରେ ବୈଠକ କରି ଦେଶର ବିଭିନ୍ନ ସମସ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଧ୍ୟାନ ସାରି କନ୍ୟାକୁମାରୀରୁ ଫେରିବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ସମସ୍ତ ହସ୍‌ପିଟାଲ୍ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଇଲେକ୍ଟ୍ରିସିଟି ବ୍ୟବସ୍ଥା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମୋଦୀ ଘୂର୍ଣ୍ଣି ବାତ୍ୟା ରେମାଲର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବାତ୍ୟାରେ ମିଜୋରାମ, ଆସାମ, ମଣିପୁର, ମେଘାଳୟ ଓ ତ୍ରିପୁରା ଭଳି ରାଜ୍ୟ କ୍ଷତି ସହିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବୈଠକ   ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉଭୟ ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ସମ୍ପର୍କର ବୈଠକ କରିଥିଲି ବୋଲି ମୋଦୀ କହିଛନ୍ତି। 

ଏଥିସହିତ ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାକୁ ଆଖି ଆଗରେ ରଖି ଅଧିକାରୀମାନଙ୍କୁ ଏଥିପାଇଁ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ବୈଠକରେ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀ-କ୍ୟାବିନେଟ୍ ସେକ୍ରେଟାରୀ, ଏନ୍‌ଡିଆର୍‌ଫ୍‌ ମୁଖ୍ୟ, ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ପ୍ରଧାନ ସଚିବ ଯୋଗ ଦେଇଥିଲେ।