ପ୍ରେରଣାଦାୟୀ ଜ୍ୟୋତିରେଖା, ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ
କୋରାପୁଟ ୦୮/୦୩: ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଆଶାବାଡ଼ି । କୋରାପୁଟ ଘର ହାଣ୍ଡି ଶାଳରୁ ଦୁବାଇ ସ୍ୱପ୍ନ ହୋଇଛି ପୁରଣ ଅନ୍ୟଙ୍କ ପାଇଁ ଉଦାହରଣ । ମିଶନ ଶକ୍ତି ଯୋଗୁଁ ନୂଆ ପରିଚୟ ମିଳିଛି । ଘରେ ନବସି ଏବେ ରୋଜଗାର କ୍ଷମ ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ନିଜ ପଞ୍ଚାୟତରେ ୧୬୦ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ସ୍ଥାନୀୟ ମହିଳାଙ୍କୁ ସଚେତନ କରାଇ ସ୍ୱାବଲମ୍ବି କରାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ପଲ୍ଲୀରୁ ଦୁବାଇ ଭ୍ରମଣ ସଫଳ ହୋଇଛି । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋରାପୁଟରୁ ଦେଖିବା ପ୍ରେରଣା ଦାୟି ଶ୍ରୀମତୀ ଜ୍ୟୋତିରେଖା ଚେଟ୍ଟିଙ୍କ ସଫଳ କାହାଣି । ମୁଣ୍ଡରେ ଟୋପି ଓ ଆପରନ ପରିଧାନକରି କାଫେରେ କାମ କରୁଥୁବା ମହିଳାମାନେ ଅସଲରେ ଏହି ସୁନ୍ଦର କାଫେର ମାଲିକାଣି । ଦିନେ ସ୍ୱାମୀଙ୍କ ହାତକୁ ଚାହିଁରହି ଘରର ଚାରି କାନ୍ଥ ଭିତରେ ରହିଥିବା ଏହି ମହିଳାମାନେ ଏବେ ନିଜେ ଉପାର୍ଜନ କ୍ଷମ । ଏଭଳି ଗ୍ରାମାଞ୍ଚଳର ଶହ ଶହ ମହିଳାମାନଙ୍କୁ ନିଜ ଗୋଡରେ ଠିଆ କରାଇବାରେ ସଫଳ ହୋଇଛନ୍ତି ଶ୍ରୀମତୀ ଜ୍ୟୋତିରେଖା ଚେଟ୍ଟି । ଏବେ ସେ କେବଳ ଏକା ରୋଜଗାର କ୍ଷମ ନୁହନ୍ତି କାଫେରେ କାମକରୁଥୁବା ୧୦ ଜଣ ମହିଳାଙ୍କ ମାସିକ ରୋଜଗାର ପାଖା ପାଖା ୧୫ ହଜାର ଟଙ୍କା । ଏହି କାଫେରେ ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ସମସ୍ତ କାମ ନିଜେ ମହିଳା ମାନେ ହିଁ କରନ୍ତି । ରୋଷେଇ, ଖାଇବ
କୋରାପୁଟ ୦୮/୦୩: ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଆଶାବାଡ଼ି । କୋରାପୁଟ ଘର ହାଣ୍ଡି ଶାଳରୁ ଦୁବାଇ ସ୍ୱପ୍ନ ହୋଇଛି ପୁରଣ ଅନ୍ୟଙ୍କ ପାଇଁ ଉଦାହରଣ । ମିଶନ ଶକ୍ତି ଯୋଗୁଁ ନୂଆ ପରିଚୟ ମିଳିଛି । ଘରେ ନବସି ଏବେ ରୋଜଗାର କ୍ଷମ ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ନିଜ ପଞ୍ଚାୟତରେ ୧୬୦ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ।
ସ୍ଥାନୀୟ ମହିଳାଙ୍କୁ ସଚେତନ କରାଇ ସ୍ୱାବଲମ୍ବି କରାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ପଲ୍ଲୀରୁ ଦୁବାଇ ଭ୍ରମଣ ସଫଳ ହୋଇଛି । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋରାପୁଟରୁ ଦେଖିବା ପ୍ରେରଣା ଦାୟି ଶ୍ରୀମତୀ ଜ୍ୟୋତିରେଖା ଚେଟ୍ଟିଙ୍କ ସଫଳ କାହାଣି । ମୁଣ୍ଡରେ ଟୋପି ଓ ଆପରନ ପରିଧାନକରି କାଫେରେ କାମ କରୁଥୁବା ମହିଳାମାନେ ଅସଲରେ ଏହି ସୁନ୍ଦର କାଫେର ମାଲିକାଣି ।
ଦିନେ ସ୍ୱାମୀଙ୍କ ହାତକୁ ଚାହିଁରହି ଘରର ଚାରି କାନ୍ଥ ଭିତରେ ରହିଥିବା ଏହି ମହିଳାମାନେ ଏବେ ନିଜେ ଉପାର୍ଜନ କ୍ଷମ । ଏଭଳି ଗ୍ରାମାଞ୍ଚଳର ଶହ ଶହ ମହିଳାମାନଙ୍କୁ ନିଜ ଗୋଡରେ ଠିଆ କରାଇବାରେ ସଫଳ ହୋଇଛନ୍ତି ଶ୍ରୀମତୀ ଜ୍ୟୋତିରେଖା ଚେଟ୍ଟି । ଏବେ ସେ କେବଳ ଏକା ରୋଜଗାର କ୍ଷମ ନୁହନ୍ତି କାଫେରେ କାମକରୁଥୁବା ୧୦ ଜଣ ମହିଳାଙ୍କ ମାସିକ ରୋଜଗାର ପାଖା ପାଖା ୧୫ ହଜାର ଟଙ୍କା ।
ଏହି କାଫେରେ ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ସମସ୍ତ କାମ ନିଜେ ମହିଳା ମାନେ ହିଁ କରନ୍ତି । ରୋଷେଇ, ଖାଇବା ପରସିବା, ସଫାସୁତୁରା ଓ କାରବାର ନିଜେ ବୁଝୁଛନ୍ତି । ଏହି କାଫେର ମହିଳାମାନଙ୍କୁ ଦେଖିଲେ ପୁରୁଷ ମାନେ ବି ଚକିତ ଓ ଆନନ୍ଦିତ ହେଉଛନ୍ତି । ଜ୍ୟୋତି ନିଜେ ଉପାର୍ଜନ କ୍ଷମ ହେବା ସହ ସ୍ବାମୀ ଓ ପରିବାର ପାଇଁ ସହାୟକ ବନିଛନ୍ତି ।
୨୦୦୧ ମସିହାରେ ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରୁପ ଗଠନ କରିବା ସକାଶେ ଖୁବ ପରିଶ୍ରମ କରିଥିଲେ । ବାରମ୍ବାର ବୁଝାଇବା ପରେବି ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରୁପ୍ରେ ସାମିଲ ହେବାକୁ କୌଣସି ମହିଳା ଆଗ୍ରହି ହେଉ ନଥିଲେ । ମାତ୍ର ୧୦ ଟି ମହିଳାଙ୍କୁ ନେଇ ଗଠନ କରିଥିଲେ ପ୍ରଶାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ।ଏହାପରେ ଆରମ୍ଭ ହୋଇଥଲା ସଫଳତାର କାହାଣୀ । ଏବେ ପରିସ୍ଥିତି ବଦଳି ଯାଇଛି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ।
କୋରାପୁଟ ଜିଲ୍ଲାର ଡୁମୁରିପୁଟ ପଞ୍ଚାୟତରେ ୧୬୦ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପାରିଛନ୍ତି । ଜ୍ୟୋତି ଏବେ ରୋଜଗାରିଆ ନାରୀ ସହ ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ଭାବରେ କାର୍ଯ୍ୟରତ । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ କୋରାଟୁଟରୁ ଦୁବାଇ ବୁଲିଛନ୍ତି।ପୁନର୍ଜନ୍ମ ହେଲେ ନିଶ୍ଚିତ ଭାବରେ ମହିଳା ଭାବେ ଜନ୍ମଗ୍ରହଣ କରିବାକୁ ପସନ୍ଦ କରିବେ କହିଛନ୍ତି ଜ୍ୟୋତି।