ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ନୀ ବହିଷ୍କୃତ
ମହାକୁମ୍ଭ ନଗର,୧।୨: ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ନୀଙ୍କୁ କିନ୍ନର ଆଖଡ଼ା ଶୁକ୍ରବାର ମର୍ଯ୍ୟାଦାଜନକ ମହାମଣ୍ଡଳେଶ୍ୱର ପଦବୀରୁ ବହିଷ୍କାର କରିଛି। ମମତାଙ୍କ ସମେତ ତାଙ୍କ ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଉକ୍ତ ଆଖଡ଼ାରୁ ବହିଷ୍କାର କରାଯାଇଥିବା ଜୁନା ଆଖଡ଼ା ପକ୍ଷରୁ ଘୋଷଣା କରାଯାଇଛି। ଧର୍ମୀୟ ସଂଗଠନରେ ଆଭ୍ୟନ୍ତରୀଣ ଉତ୍ତେଜନା ବଢ଼ିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମମତାଙ୍କୁ ଗତ ସପ୍ତାହରେ ମହାମଣ୍ଡଳେଶ୍ୱର ନିଯୁକ୍ତ କରାଯିବା ପରେ ବିବାଦ ଆରମ୍ଭ ହୋଇଥିଲା। ମମତାଙ୍କ ଅତୀତ ପ୍ରସଙ୍ଗ ଉଠାଇ ତାଙ୍କ […] The post ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ନୀ ବହିଷ୍କୃତ appeared first on Dharitri Odia News.
ମହାକୁମ୍ଭ ନଗର,୧।୨: ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ନୀଙ୍କୁ କିନ୍ନର ଆଖଡ଼ା ଶୁକ୍ରବାର ମର୍ଯ୍ୟାଦାଜନକ ମହାମଣ୍ଡଳେଶ୍ୱର ପଦବୀରୁ ବହିଷ୍କାର କରିଛି। ମମତାଙ୍କ ସମେତ ତାଙ୍କ ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଉକ୍ତ ଆଖଡ଼ାରୁ ବହିଷ୍କାର କରାଯାଇଥିବା ଜୁନା ଆଖଡ଼ା ପକ୍ଷରୁ ଘୋଷଣା କରାଯାଇଛି। ଧର୍ମୀୟ ସଂଗଠନରେ ଆଭ୍ୟନ୍ତରୀଣ ଉତ୍ତେଜନା ବଢ଼ିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମମତାଙ୍କୁ ଗତ ସପ୍ତାହରେ ମହାମଣ୍ଡଳେଶ୍ୱର ନିଯୁକ୍ତ କରାଯିବା ପରେ ବିବାଦ ଆରମ୍ଭ ହୋଇଥିଲା। ମମତାଙ୍କ ଅତୀତ ପ୍ରସଙ୍ଗ ଉଠାଇ ତାଙ୍କ ନିଯୁକ୍ତିକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ। ସଂଗଠନରେ ମତାନ୍ତର ବଢ଼ିବାରୁ ତାଙ୍କୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
The post ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ନୀ ବହିଷ୍କୃତ appeared first on Dharitri Odia News.