ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ

ପାରାଦୀପ,୧୪।୮(ଶରତ ରାଉତ): ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମରେ ଗାଁ ମନ୍ଦିର ପୂଜାସାମଗ୍ରୀ ଚୋରି ଘଟଣାକୁ ନେଇ ମଙ୍ଗଳବାର ବିବାଦ ହୋଇଛି। ଜଣେ ବଙ୍ଗୀୟ ଲୋକ ଏଭଳି ଚୋରି କରୁଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାତବେଣ୍ଟିଆ କରି ଥାନାରେ ଜିମା ଦେଇଛନ୍ତି। ସାରେ ଗାଁ ଲୋକେ ପୁଣି ଆପୋଷ ସମାଧାନ କରିଥିବା ପୋଲିସ ସୂଚନା ଦେଇଛି। ଥାନାଧିକାରୀ କୁଳମଣି ସେଠୀଙ୍କ ସୂଚନା ଅନୁସାରେ, ଉକ୍ତ ବଙ୍ଗୀୟ ଲୋକ ୧୯୯୯ରୁ ସେହି ଗାଁରେ ରୁହନ୍ତି। […] The post ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ appeared first on Dharitri Odia News.

ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ

ପାରାଦୀପ,୧୪।୮(ଶରତ ରାଉତ): ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମରେ ଗାଁ ମନ୍ଦିର ପୂଜାସାମଗ୍ରୀ ଚୋରି ଘଟଣାକୁ ନେଇ ମଙ୍ଗଳବାର ବିବାଦ ହୋଇଛି। ଜଣେ ବଙ୍ଗୀୟ ଲୋକ ଏଭଳି ଚୋରି କରୁଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାତବେଣ୍ଟିଆ କରି ଥାନାରେ ଜିମା ଦେଇଛନ୍ତି। ସାରେ ଗାଁ ଲୋକେ ପୁଣି ଆପୋଷ ସମାଧାନ କରିଥିବା ପୋଲିସ ସୂଚନା ଦେଇଛି। ଥାନାଧିକାରୀ କୁଳମଣି ସେଠୀଙ୍କ ସୂଚନା ଅନୁସାରେ, ଉକ୍ତ ବଙ୍ଗୀୟ ଲୋକ ୧୯୯୯ରୁ ସେହି ଗାଁରେ ରୁହନ୍ତି। ପରିବାର କହିଲେ ସ୍ତ୍ରୀ ୨ଟି ଲେଖାଏ ଝିଅ, ପୁଅଙ୍କୁ ବୁଝାଏ। ସେ ଜଣେ କାଠ ମିସ୍ତ୍ରି ଭାବେ କାମ କରନ୍ତି। କିଛଦିନ ହେବ ଗାଁ ମନ୍ଦିର ମଧ୍ୟରୁ ବାଲ୍‌ଟି, ପିତ୍ତଳ ଢାଳ, ଘଣ୍ଟି ଆଦି ବାରମ୍ବାର ଚୋରି ହେଉଥିଲା। ଗାଁ ପିଲା ସନ୍ଦେହ କରି ତାଙ୍କ ଘରେ ତଲାସୀ କରିବାରୁ କିଛି ପିତଳ ଓ ପୂଜା ସାମଗ୍ରୀ ମିଳିଥିଲା। ଏଥିସହ ଏକ ଗୋରୁ ହାଡ଼ ଓ ଅନ୍ୟ ପୂଜା ଉପକରଣ ଥିବାରୁ ସେ ଜଣେ ତାନ୍ତ୍ରିକ ବୋଲି କହି ସାତବେଣ୍ଟିଆ କରିଥିଲେ। ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣି ଯାଞ୍ଚ କରିଥିଲା। ସାରେ ଗାଁ ଲୋକମାନେ ଆସି ତାଙ୍କୁ ଛାଡି ଦେବାକୁ କହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।

The post ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ appeared first on Dharitri Odia News.