କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ

କୋଲକାତା,୨୧।୮: କୋଲକାତା ପୋଲିସ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ବିଦ୍ରୋହୀମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ୩ ଜଣ ଅଫିସରଙ୍କ ଅବହେଳା ନେଇ ଅଭିଯୋଗ ହୋଇଥିଲା। ଯାହା ପରେ କୋଲକାତା ପୋଲିସ ଦୁଇଜଣ ଆସିଷ୍ଟାଣ୍ଟ କମିଶନର (ଏସିପି) ଏବଂ ଜଣେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି। ଅନ୍ୟପଟେ […] The post କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ appeared first on Dharitri Odia News.

କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ

କୋଲକାତା,୨୧।୮: କୋଲକାତା ପୋଲିସ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଅଗଷ୍ଟ ୧୪ ତାରିଖ ରାତିରେ ବିଦ୍ରୋହୀମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ୩ ଜଣ ଅଫିସରଙ୍କ ଅବହେଳା ନେଇ ଅଭିଯୋଗ ହୋଇଥିଲା। ଯାହା ପରେ କୋଲକାତା ପୋଲିସ ଦୁଇଜଣ ଆସିଷ୍ଟାଣ୍ଟ କମିଶନର (ଏସିପି) ଏବଂ ଜଣେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି।

ଅନ୍ୟପଟେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଆଜି ପୁଣି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କର ପଚରାଉଚରା ଆରମ୍ଭ ହୋଇଛି। ଆଜି ଷଷ୍ଠ ଦିନ ପାଇଁ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ଚାଲିଛି। ଗତକାଲି ମଧ୍ୟ ସିବିଆଇ ୧୧ ଘଣ୍ଟା ଧରି ପଚରାଉଚରା କରିଥିଲା। ଆଜି ସନ୍ଦୀପ ଘୋଷଙ୍କୁ ମଧ୍ୟ କୋଲକାତା ପୋଲିସ ନିକଟରେ ହାଜର ହେବାକୁ ପଡିବ।

The post କୋଲକାତା ବଳାତ୍କାର ମାମଲା: ମମତା ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀଙ୍କୁ କଲେ ନିଲମ୍ବନ appeared first on Dharitri Odia News.