ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ସୋମବାର ଡିଆର୍‌ଜି ଯବାନମାନେ ସୁକ୍‌ମା ଜିଲା ସଲାତୋଗ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଲାଗି ବାହାରିଥିଲେ । ଉକ୍ତ ଅଞ୍ଚଳରେ ପହଞ୍ଚିଲା ପରେ ମାଓବାଦୀମାନେ ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ। ତେବେ ଏହି […] The post ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ appeared first on Dharitri Odia News.

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ସୋମବାର ଡିଆର୍‌ଜି ଯବାନମାନେ ସୁକ୍‌ମା ଜିଲା ସଲାତୋଗ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଲାଗି ବାହାରିଥିଲେ । ଉକ୍ତ ଅଞ୍ଚଳରେ ପହଞ୍ଚିଲା ପରେ ମାଓବାଦୀମାନେ ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ। ତେବେ ଏହି ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯବାନ ଏଥିରେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ତେବେ ରିପୋର୍ଟ ଲେଖିବା ସୁଦ୍ଧା ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି। ଯବାନମାନେ ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସୁକୁମା ଏସ୍‌ପି କିରଣ ଚୌହାନ ସୂଚନା ଦେଇଛନ୍ତି ।

The post ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ appeared first on Dharitri Odia News.