ଇପିଏଫ୍ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ
ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରାୟ ୭.୪୭ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଥିବାବେଳେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ରହିଛି। ନୂତନ ସଦସ୍ୟଙ୍କ ୫୬.୮୩% ଏହି ବର୍ଗର ବ୍ୟକ୍ତି ବୋଲି ସୂଚନା ରହିଛି। ଇପିଏଫ୍ଓରେ […] The post ଇପିଏଫ୍ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ appeared first on Dharitri Odia News.
ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରାୟ ୭.୪୭ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଥିବାବେଳେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ରହିଛି। ନୂତନ ସଦସ୍ୟଙ୍କ ୫୬.୮୩% ଏହି ବର୍ଗର ବ୍ୟକ୍ତି ବୋଲି ସୂଚନା ରହିଛି। ଇପିଏଫ୍ଓରେ ଯୋଡ଼ିହୋଇଥିବା ଅଧିକାଂଶ ଯୁବପିଢ଼ି ବା ପ୍ରଥମ ଥର ଚାକିରିରେ ନିଯୁକ୍ତ ହୋଇଥିତ୍ବା ବ୍ୟକ୍ତି ଅଟନ୍ତି। ମିଳିଥିବା ସୂଚନାନୁସାରେ ପ୍ରାୟ ୧୧.୮୦ ଲକ୍ଷ ସଦସ୍ୟଙ୍କ ନାମ ତାଲିକାରୁ ହଟିଥିବାବେଳେ ବର୍ତ୍ତମାନ ପୁଣିଥରେ ଯୋଗ ଦେଇଛନ୍ତି। ଏହି ସଦସ୍ୟମାନେ ସେମାନଙ୍କର ଚାକିରି ବଦଳାଇଥିବାବେଳେ ପାଣ୍ଠିରୁ ଜମା ଟଙ୍କା ଉଠାଇବା ପରିବର୍ତ୍ତେ ଜମା ଅର୍ଥରାଶିକୁ ସ୍ଥାନାନ୍ତର କରିଛନ୍ତି। ତେବେ ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ନୂତନ ସଦସ୍ୟ ମହିଳା ଅଟନ୍ତି। ମାର୍ଚ୍ଚ ମାସରେ ନେଟ ମହିଳା ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨.୯୦ ଲକ୍ଷ ଥିଲା। ମାସକୁ ମାସ କରାଯାଇଥିବା ବିଶ୍ଲେଷଣରୁ ଶିଳ୍ପ କ୍ଷେତ୍ରରେ ନିୟୋଜନ ବଢ଼ିଥିବା ଜଣାପଡ଼ିଛି। ଉତ୍ପାଦନ, ମାର୍କେଟିଂ ସେବା, କମ୍ପ୍ୟୁଟରର ବ୍ୟବହାର, ରେଷ୍ଟୁରାଣ୍ଟ, ଚାର୍ଟାର୍ଡ କିମ୍ବା ପଞ୍ଜୀକୃତ ପ୍ରତିଷ୍ଠାନ ସହ ମାଛ ପ୍ରକ୍ରିୟାକରଣ ଏବଂ ଆମିଷ ଖାଦ୍ୟ ସଂରକ୍ଷଣ, ବିଡି ତିଆରି ଇତ୍ୟାଦି। ସମୁଦାୟ ନେଟ ସଦସ୍ୟତା ମଧ୍ୟରୁ ପ୍ରାୟ ୪୩% ଅତିରିକ୍ତ ବିଶେଷଜ୍ଞ ସେବାଗୁଡିକ ମାନବସମ୍ବଳ ଯୋଗାଣକାରୀ, ସାଧାରଣ କଣ୍ଟ୍ରାକ୍ଟର, ସୁରକ୍ଷା ସେବା, ବିବିଧ କାର୍ଯ୍ୟକଳାପ ଇତ୍ୟାଦିକୁ ନେଇ ଗଠିତ ।
The post ଇପିଏଫ୍ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ appeared first on Dharitri Odia News.